ଚିକିଟି | ଜଗନ୍ନାଥ ନାୟକ |
ଚିକିଟି ପଞ୍ଚାୟତ ସମିତି ପରିସରରେ ଥିବା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି.କିର୍ତ୍ତୀ ଭାସନ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକରଙ୍କ ସ ସମେତ ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିନାଶ କୁମାର, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନି ଖୋଖର, ଚିକିଟି ବିଡିଓ ବିବେକାନନ୍ଦ ମିଶ୍ର ତହସିଲଦାର ବିଶ୍ବରଞ୍ଜନ କହଁରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଶିବିରରେ ଉପସ୍ଥିତ ଥିଲେ। ଜନ ଶୁଣାଣୀ ଶିବିରରେ ଚିକିଟି ଓ ଅନ୍ୟାନ୍ୟ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକେ ନିଜ ନିଜ ସମସ୍ୟା ଓ ଅଭିଯୋଗ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ମୋଟ ୧୧୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ଯରୁ ୨୫ଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇଥିଲା।
