ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତାରେ ଚନ୍ଦ୍ରପୁର ପି.ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ୪୦୦ ମିଟରଦୌଡ଼ରେ ପ୍ରଥମ
ଚନ୍ଦ୍ରପୁର | କୈଳାଶ ମାଳବିଶୋୟୀ | ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଜିଲ୍ଲା ସ୍ତରୀୟ ଖେଳ ପ୍ରୋତିଯୋଗିତା ରେ ୪୦୦ ମିଟର୍ ଦୌଡ଼ ରେ ପ୍ରଥମ ସ୍ଥାନ, କବାଡି ରେ ଦ୍ୱିତୀୟ ସ୍ଥାନ,ଭଲିବଲ ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରପୁର ର ଛାତ୍ର ଏନୁଶ ହିକାବାଡ଼ିକ। ଏହା ପରେ ସେ ରାଜ୍ୟସ୍ତରୀୟ ଖେଳ ପ୍ରତିଯୋଗିତା ନିମନ୍ତେ ଭୁବନେଶ୍ୱର ଯିବା ପାଇଁ ସେ ମନୋନୀତ ହୋଇଛନ୍ତି।

ସେ ଫେରିବା ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଡ .ଭାସ୍କର ଗମାଙ୍ଗ, ବରିଷ୍ଠ ଶିକ୍ଷକ .ପ୍ରଦୀପ ଚୌଧୁରୀ,ଶିକ୍ଷକ କୁନ ମାଝୀ, ସୁନୀଲ ମହାନ୍ତି,ଜ୍ୟୋତି ଗୌଡ଼ ଏବଂ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ବୃନ୍ଦ ଅଭିନନ୍ଦନ ଜଣାଇ ଭବିଷ୍ୟତ ରେ ଜଣେ ଉତ୍ତମ ଛାତ୍ର ହେବା ପାଇଁ ଶୁଭେଚ୍ଛା ଦେଇଥିଲେ ।ଏହି ଖୁସି ର ମୁହୂର୍ତ୍ତ ରେ ୪୦୦ ଛାତ୍ର ମାନେ କରତlଳି ଦେଇ ଶୁଭେଚ୍ଛା ଜଣାଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଛାତ୍ର ମାନଙ୍କୁ ଖେଳ ସହିତ ପାଠ ର ମଧ୍ୟ ଆବଶ୍ୟକତା ରହିଛି ବୋଲି ଉପଦେଶ ଦେଇଥିଲେ ।
