ସଫେଇ ଅଭାବରୁ ଅସ୍ତିତ୍ୱ ହରାଉଛି ଜୋଡ଼ ନାଳ, ଜଳବନ୍ଦୀରେ ଶହ ଶହ ଏକର ଚାଷଜମି

ଚ଼ିକିଟି | ଗଞ୍ଜାମ ଜ଼ିଲ୍ଲା | ନ୍ୟୁଜ ନର୍ଭ | ଜଗନ୍ନାଥ ନାୟକ ||
ଚିକିଟୀ ବ୍ଲକ ଅନ୍ତର୍ଗତ ଶତୃମର୍ଦ୍ଦନପୁରଠାରୁ ଆରମ୍ଭ ହୋଇ ପାତ୍ରପୁର ବ୍ଲକର ଖରାଣୀପଡ଼ା ନିକଟରେ ବାହୁଦା ନଦୀରେ ମିଶିଥିବା ଜୋଡ଼ ନାଳ ଏବେ ନିଜ ଅସ୍ତିତ୍ୱ ହରାଇବାକୁ ବସିଛି। ଦୀର୍ଘବର୍ଷ ଧରି ନାଳର ସଫେଇ ଓ ରକ୍ଷଣାବେକ୍ଷଣ ହୋଇନଥିବାରୁ ଗଛଲତା, ଅନାବନା ଘାସ ଓ ଆବର୍ଜନାରେ ନାଳଟି ପୋତି ହୋଇଯାଇଛି। ଫଳରେ ଜଳ ନିଷ୍କାସନ ବ୍ୟବସ୍ଥା ପ୍ରାୟ ଠପ୍ ହୋଇପଡ଼ିଛି।

ସଫେଇ ଅଭାବରୁ ଅସ୍ତିତ୍ୱ ହରାଉଛି ଜୋଡ଼ ନାଳ, ଜଳବନ୍ଦୀରେ ଶହ ଶହ ଏକର ଚାଷଜମି

ପୂର୍ବରୁ ଚାଷଜମିରେ ଅତ୍ୟଧିକ ବର୍ଷାଜଳ ଜମିଲେ ଏହି ନାଳ ଦେଇ ତାହା ବାହୁଦା ନଦୀକୁ ନିଷ୍କାସିତ ହେଉଥିଲା। ମାତ୍ର ଦୀର୍ଘଦିନ ଧରି ନାଳର ସଫେଇ ଓ ରକ୍ଷଣାବେକ୍ଷଣ ନହେବାରୁ ଏବେ ଜଳ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି। ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିବାରୁ ଶହ ଶହ ଏକର ଚାଷଜମି ପାଣିରେ ବୁଡ଼ି ରହିଛି।

ସଫେଇ ଅଭାବରୁ ଅସ୍ତିତ୍ୱ ହରାଉଛି ଜୋଡ଼ ନାଳ, ଜଳବନ୍ଦୀରେ ଶହ ଶହ ଏକର ଚାଷଜମି


ଅନେକ ଜମିରେ ପୋଖରୀ ଭଳି ପାଣି ଜମିଥିଲେ ମଧ୍ୟ ନିଷ୍କାସନର ବାଟ ନଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ଦିନେ ଜଳ ପାଇଁ ହାହାକାର କରୁଥିବା ଚାଷୀ ଏବେ ଅତ୍ୟଧିକ ଜଳ ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କାରେ ଚିନ୍ତିତ। ଚାଷୀମାନଙ୍କ ଅଭିଯୋଗ, ଜୋଡ଼ ନାଳର ନିୟମିତ ସଫେଇ ଓ ରକ୍ଷଣାବେକ୍ଷଣ କରାଯାଇଥିଲେ ଏଭଳି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ତେଣୁ ପ୍ରଶାସନ ତୁରନ୍ତ ନାଳର ସଫେଇ କରି ଜଳ ନିଷ୍କାସନର ବ୍ୟବସ୍ଥା କରିବା ସହ ଚାଷୀଙ୍କ ଫସଲ କ୍ଷୟକ୍ଷତି ଆକଳନ କରିବାକୁ ଦାବି ହୋଇଛି।

Smart Computer Ad
You might also like
error: Content is protected !!