କେଶରାଗୁଡ଼ା ଛକରେ ୫୨ କେଜି ଗଞ୍ଜେଇ ଜବତଗାଡ଼ିର ସିକ୍ରେଟ୍ ଚ୍ୟାମ୍ବରରେ ଲୁଚାଇ ଚାଲାଣ ବେଳେ ଧରାପଡ଼ିଲେ ୫ ଅଭିଯୁକ୍ତ

କୋଟଗଡ଼,୨୫/୦୯: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର କୋଟଗଡ଼ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ଅଭିଯୋଗରେ ଏକ ମାରୁତି ବ୍ରେଜା ଗାଡ଼ିରୁ ୫୨ କେଜି ଗଞ୍ଜେଇ ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ଏହି ଘଟଣାରେ କୋଟଗଡ଼ ଥାନାରେ କେସ୍

କେଶରାଗୁଡ଼ା ଛକରେ ୫୨ କେଜି ଗଞ୍ଜେଇ ଜବତଗାଡ଼ିର ସିକ୍ରେଟ୍ ଚ୍ୟାମ୍ବରରେ ଲୁଚାଇ ଚାଲାଣ ବେଳେ ଧରାପଡ଼ିଲେ ୫ ଅଭିଯୁକ୍ତ

ନଂ-୧୭୯/୨୦୨୬ ରୁଜୁ କରାଯାଇ NDPS ଆଇନର ଧାରା ୨୦(ବ)(ii)C/୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି।ପୁଲିସ ସୂଚନା ଅନୁସାରେ, ଗଞ୍ଜେଇ ଚାଲାଣକାରୀମାନେ ଗାଡ଼ିର ସିଟ୍ ତଳେ ଥିବା ଏକ ଗୁପ୍ତ ଚ୍ୟାମ୍ବର ମଧ୍ୟରେ ଗଞ୍ଜେଇ ପ୍ୟାକେଟ୍‌ଗୁଡ଼ିକୁ ଲୁଚାଇ ରଖିଥିଲେ। ଏହି ଗଞ୍ଜେଇକୁ ବିହାର ରାଜ୍ୟକୁ

କେଶରାଗୁଡ଼ା ଛକରେ ୫୨ କେଜି ଗଞ୍ଜେଇ ଜବତଗାଡ଼ିର ସିକ୍ରେଟ୍ ଚ୍ୟାମ୍ବରରେ ଲୁଚାଇ ଚାଲାଣ ବେଳେ ଧରାପଡ଼ିଲେ ୫ ଅଭିଯୁକ୍ତ

ଚାଲାଣ କରାଯାଉଥିବା ବେଳେ ପୁଲିସକୁ ମିଳିଥିବା ସୂଚନା ଆଧାରରେ କେଶରାଗୁଡ଼ା ଛକ ନିକଟରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରାଯାଇଥିଲା।ଯାଞ୍ଚ ସମୟରେ ଗାଡ଼ିର ଗୁପ୍ତ ଚ୍ୟାମ୍ବରରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା। ପୁଲିସ ୫୨ କେଜି ଗଞ୍ଜେଇ ସହ ଏକ ମାରୁତି ବ୍ରେଜା ଗାଡ଼ି, ୫ଟି ମୋବାଇଲ୍

କେଶରାଗୁଡ଼ା ଛକରେ ୫୨ କେଜି ଗଞ୍ଜେଇ ଜବତଗାଡ଼ିର ସିକ୍ରେଟ୍ ଚ୍ୟାମ୍ବରରେ ଲୁଚାଇ ଚାଲାଣ ବେଳେ ଧରାପଡ଼ିଲେ ୫ ଅଭିଯୁକ୍ତ

ଫୋନ୍ ଏବଂ ନଗଦ ୪,୩୦୦ ଟଙ୍କା ଜବତ କରିଛି।ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବିହାରର ରୋହତାସ ଜିଲ୍ଲା ନୋଖା ଥାନା ଅନ୍ତର୍ଗତ ଦୁଧାର ଗ୍ରାମର ଆୟୁଧ ଚୌଧୁରୀଙ୍କ ପୁଅ ସନ୍ତୋଷ କୁମାର ଓ ସୁରଜ ଚୌଧୁରୀଙ୍କ ପୁଅ ସଞ୍ଜୟ ଚୌଧୁରୀ। ସେହିପରି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ

ଥାନା ଅନ୍ତର୍ଗତ ଲାଇନପଡ଼ାର ସୁରେନ୍ଦ୍ର ପରାସେଠଙ୍କ ପୁଅ ବୈକୁଣ୍ଠ ପରାସେଠ ଓ ପିତାମ୍ବର ମାନସେଠଙ୍କ ପୁଅ ବୈଷ୍ଣବ ମାନସେଠ ଏବଂ କୋଟଗଡ଼ ଥାନା ଅନ୍ତର୍ଗତ ରାଡ଼ିଗୁମା ଗ୍ରାମର ସ୍ୱର୍ଗତ ସୁନା ବଡ଼ାସେଠଙ୍କ ପୁଅ ଅଜୁ ବଡ଼ାସେଠ।ପୁଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆଇନଗତ

ପ୍ରକ୍ରିୟା ଅନୁଯାୟୀ କୋର୍ଟରେ ହାଜର କରିଛି। ଗଞ୍ଜେଇ ଚାଲାଣ ଘଟଣାରେ ଆହୁରି କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଏହି ଚାଲାଣ ପଛରେ ଥିବା ନେଟୱର୍କ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।

Smart Computer Ad
You might also like
error: Content is protected !!