ଦିଗପହଣ୍ଡି | ଚିକିଟି | ଗଞ୍ଜାମ |ଜଗନ୍ନାଥ ନାୟକ | ଦିଗପହଣ୍ଡି ବସ ଷ୍ଟାଣ୍ଡ ଜଳମଗ୍ନବାଘଲଟିରେ ବଢ଼ୁଛି ଜଳସ୍ତର; ତଳିଆ ଅଞ୍ଚଳରେ ପ୍ରଶାସନର ତୀକ୍ଷ୍ଣ ନଜରଚିକିଟି, ଗଞ୍ଜାମ: ଲଗାଣ ବର୍ଷାରେ ଚିକିଟି, ପାତ୍ରପୁର ଓ ଦିଗପହଣ୍ଡି ଅଞ୍ଚଳରେ ଚିନ୍ତା ବଢ଼ିଛି।

ବିଭିନ୍ନ ତଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବା ସହ ଦିଗପହଣ୍ଡିର କେତେକ ସ୍ଥାନ ଜଳମଗ୍ନ ହୋଇଛି। ଏପଟେ ବାଘଲଟି ଜଳଭଣ୍ଡାରରେ ଜଳଧାରଣ ବଢ଼ୁଥିବାରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସଜାଗ ରହିଛି।ଚିକିଟି ତହସିଲଦାର ବିଶ୍ୱରଞ୍ଜନ କହଁର ଓ ବିଡିଓ ବିବେକାନନ୍ଦ ମିଶ୍ରଙ୍କ ସମେତ ରାଜସ୍ୱ କର୍ମଚାରୀ, ପିଇଓ ଓ ଜିଆରଏସ୍ମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।

ବିପଦଶଙ୍କୁଳ ଘର ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।

