ଲଗାଣ ବର୍ଷାରେ ଭୁଶୁଡ଼ିଲା ସିଙ୍ଗମିଲାର ସଂଯୋଗ ପୋଲବାହ୍ୟ ଜଗତରୁ ବିଚ୍ଛିନ୍ନ ଗ୍ରାମବାସୀ, ଯାତାୟାତ ଠପ୍‌ ନେଇ ବଢ଼ିଲା ଚିନ୍ତା

ବାଲିଗୁଡ଼ା, ୨୩/୦୯: ସୁକାନ୍ତ କୁମାର ତ୍ରିପାଠୀ ଲଗାଣ ବର୍ଷାର ପ୍ରଭାବରେ ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତର ସିଙ୍ଗମିଲା ଗାଁକୁ ସଂଯୋଗ କରୁଥିବା ଛୋଟ ପୋଲଟି ଭୁଶୁଡ଼ି ପଡ଼ିଛି। ପୋଲ ଭାଙ୍ଗିଯିବା ପରେ ଗାଁର ଯାତାୟାତ ବ୍ୟବସ୍ଥା ଏକପ୍ରକାର ଠପ୍‌ ହୋଇପଡ଼ିଥିବା ବେଳେ ଗ୍ରାମବାସୀ ବାହ୍ୟ ଜଗତ ସହ ସ୍ୱାଭାବିକ ଯୋଗାଯୋଗ ହରାଇଛନ୍ତି।ପୋଲଟି ଭାଙ୍ଗିଯିବା ଯୋଗୁଁ ସିଙ୍ଗମିଲାରୁ ବାଟାଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଓ ବାଲିଗୁଡ଼ା ବ୍ଲକ୍‌କୁ ଯାତାୟାତ କରିବା ଗ୍ରାମବାସୀଙ୍କ ପାଇଁ ଦୁର୍ହର ହୋଇପଡ଼ିଛି। ଦୈନନ୍ଦିନ ଆବଶ୍ୟକତା ପାଇଁ ଯାତାୟାତ କରୁଥିବା ଲୋକଙ୍କ ସମସ୍ୟା ବଢ଼ିଥିବା ବେଳେ ସ୍କୁଲ, ହାଇସ୍କୁଲ ଓ କଲେଜକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି।

ଲଗାଣ ବର୍ଷାରେ ଭୁଶୁଡ଼ିଲା ସିଙ୍ଗମିଲାର ସଂଯୋଗ ପୋଲବାହ୍ୟ ଜଗତରୁ ବିଚ୍ଛିନ୍ନ ଗ୍ରାମବାସୀ, ଯାତାୟାତ ଠପ୍‌ ନେଇ ବଢ଼ିଲା ଚିନ୍ତା

ସବୁଠାରୁ ବଡ଼ ଚିନ୍ତାର କାରଣ ହୋଇଛି ଜରୁରୀକାଳୀନ ଚିକିତ୍ସା। ଗାଁରେ କୌଣସି ରୋଗୀଙ୍କ ଅବସ୍ଥା ଗୁରୁତର ହେଲେ ତାଙ୍କୁ ତୁରନ୍ତ ଚିକିତ୍ସାଳୟକୁ ନେବା କଷ୍ଟକର ହୋଇପଡ଼ିଛି। ବର୍ଷାଦିନରେ ଏହି ସମସ୍ୟା ଆହୁରି ଗମ୍ଭୀର ରୂପ ନେଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପୋଲଟି କିଛି ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା। ହେଲେ ଗତ ପ୍ରାୟ ତିନି ବର୍ଷ ଧରି ଏହାର ସ୍ଥିତି ଧୀରେ ଧୀରେ ଦୁର୍ବଳ ହୋଇଆସୁଥିଲା। ପୋଲର ଅବସ୍ଥା ନେଇ ଅଞ୍ଚଳବାସୀ ବ୍ଲକ୍‌ ପ୍ରଶାସନକୁ ଲିଖିତ ଭାବେ ଜଣାଇବା ସହ ମରାମତି କିମ୍ବା ପୁନଃନିର୍ମାଣ ପାଇଁ ଦାବି ମଧ୍ୟ କରିଥିବା କହିଛନ୍ତି।ତେବେ ଅଭିଯୋଗ ସତ୍ତ୍ୱେ ସମୟୋଚିତ ପଦକ୍ଷେପ ନିଆଯାଇନଥିବାରୁ ଲଗାଣ ବର୍ଷା ପରେ ନଦୀନାଳରେ ବଢ଼ିଥିବା

ଲଗାଣ ବର୍ଷାରେ ଭୁଶୁଡ଼ିଲା ସିଙ୍ଗମିଲାର ସଂଯୋଗ ପୋଲବାହ୍ୟ ଜଗତରୁ ବିଚ୍ଛିନ୍ନ ଗ୍ରାମବାସୀ, ଯାତାୟାତ ଠପ୍‌ ନେଇ ବଢ଼ିଲା ଚିନ୍ତା

ଜଳସ୍ରୋତର ଚାପରେ ଶେଷରେ ପୋଲଟି ଭୁଶୁଡ଼ି ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ପୋଲ ଭାଙ୍ଗିଯିବା ପରେ ଗାଁର ଯୋଗାଯୋଗ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଥିବାରୁ ତୁରନ୍ତ ପ୍ରଶାସନିକ ହସ୍ତକ୍ଷେପ ଦାବି ହୋଇଛି। ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ଯଥାଶୀଘ୍ର ଏକ ଅସ୍ଥାୟୀ ପୋଲ ନିର୍ମାଣ କରି ଯାତାୟାତ ସ୍ୱାଭାବିକ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ଆଗାମୀ ଦିନରେ ଏଭଳି ସମସ୍ୟା ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ଏକ ସ୍ଥାୟୀ ଓ ମଜବୁତ ପୋଲ ନିର୍ମାଣ କରିବାକୁ ମଧ୍ୟ ଦାବି ଉଠିଛି।

Smart Computer Ad
You might also like
error: Content is protected !!