ପୁରୁଷୋତ୍ତମପୁର | ବ୍ରହ୍ମପୁର | ଗଞ୍ଜାମ | ଜଗନ୍ନାଥ ନାୟକ ||
ପୁରୁଷୋତ୍ତମପୁର ଅଞ୍ଚଳରେ ଗଣେଶ ମୂର୍ତ୍ତି ଭସାଣି ବେଳେ ଜେନେରେଟରରୁ ନିଆଁ ଲାଗି ଆହତ ହୋଇଥିବା ତିନି ଜଣ ଶିଶୁଙ୍କ ପରିବାରକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଡ୍କ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ବ୍ରହ୍ମପୁର MKCG ମେଡିକାଲରେ ଚିକିତ୍ସାଧୀନ ତିନି ଜଣ ଆହତ ଶିଶୁଙ୍କ ପରିବାରକୁ ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା ପ୍ରତ୍ୟେକଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି। ଏହି ଘଟଣାରେ ଆହତ ଶିଶୁମାନଙ୍କୁ ବଞ୍ଚାଇବାକୁ ଯାଇ ଜଣେ ବାପା ମଧ୍ୟ ଆହତ ହୋଇଥିଲେ। ତାଙ୍କ ଆହତ ହେବା ଖବର ପାଇବା ପରେ ତାଙ୍କ ପରିବାରକୁ ମଧ୍ୟ ରେଡ୍କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
