୯ ବର୍ଷ ହେଲା ଖାଲଖମାରେ କେରେଞ୍ଜା ଠାରୁ ପଣସପଦର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା | ମରାମତି ପାଇଁ ଅଭିଯୋଗ ସତ୍ତ୍ୱେ ନଜର ନାହିଁ, ଦୁର୍ଦ୍ଦଶାରେ ଅଞ୍ଚଳବାସୀ

ଚନ୍ଦ୍ରପୁର | ରାୟଗଡ଼ା ଜିଲ୍ଲା | କୈଳାସ ମlଳବିଶୋଇ
ଚନ୍ଦ୍ରପୁର: ୧୯/୦୯ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଅନ୍ତର୍ଗତ ଡାଙ୍ଗସୋରଡା ଗ୍ରାମ ପଞ୍ଚାୟତର ଚନ୍ଦ୍ରପୁର ବ୍ଲକ୍ ର ଦୁର୍ଗମ ଇଲାକା ସାବତ ପୁଅ ଭଳି ରହିଥିବା ଅଞ୍ଚଳ ଯାହାକି କେରେଞ୍ଜା ଠାରୁ ପଣସପଦରକୁ ସଂଯୋଗ କରୁଥିବା ପ୍ରାୟ ୯ କିଲୋମିଟର ରାସ୍ତା ଏବେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ଯାତାୟାତରେ ଅଞ୍ଚଳବାସୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

୯ ବର୍ଷ ହେଲା ଖାଲଖମାରେ କେରେଞ୍ଜା ଠାରୁ ପଣସପଦର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା | ମରାମତି ପାଇଁ ଅଭିଯୋଗ ସତ୍ତ୍ୱେ ନଜର ନାହିଁ, ଦୁର୍ଦ୍ଦଶାରେ ଅଞ୍ଚଳବାସୀ

ସୂଚନା ଅନୁଯାୟୀ, ଏହି ରାସ୍ତାଟି ୨୦୧୭-୧୮ ଆର୍ଥିକ ବର୍ଷରେ ନିର୍ମାଣ ହୋଇଥିଲା। ନିର୍ମାଣର କିଛି ବର୍ଷ ମଧ୍ୟରେ ରାସ୍ତାର ଅବସ୍ଥା ଧୀରେ ଧୀରେ ଖରାପ ହୋଇ ବର୍ତ୍ତମାନ ଅନେକ ସ୍ଥାନରେ ଚଳାଚଳ ଅନୁପଯୋଗୀ ହୋଇପଡ଼ିଛି। ଦୀର୍ଘ ୯ ବର୍ଷ ଧରି ରାସ୍ତା ମରାମତି ଅଭାବରୁ ଖାଲଖମାରେ ପରିଣତ ହୋଇଥିବା ଅଞ୍ଚଳ ବାସୀ ଗବାଡା ପ୍ରସାଙ୍ଗା , ଜଗନ୍ନାଥ ପ୍ରସାଙ୍ଗା , ଯୁଗୁ ସାରାକା , ପାଣି ସାରାକା , ଜମେଶ ଦିବାକା , ଟୁଡୁ ଦିବାକା, ଇନ୍ଦ୍ର ଗଗେରାଙ୍ଗା , ସୁରିୟା ଗୁଲା , ବଗା ମୁଦ୍ରିକା, ବ୍ରାଡି ସାରାକା , ସୁରେନ୍ଦ୍ର ବ୍ରେଡେକା ଅଭିଯୋଗ ହେଉଛି।

୯ ବର୍ଷ ହେଲା ଖାଲଖମାରେ କେରେଞ୍ଜା ଠାରୁ ପଣସପଦର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା | ମରାମତି ପାଇଁ ଅଭିଯୋଗ ସତ୍ତ୍ୱେ ନଜର ନାହିଁ, ଦୁର୍ଦ୍ଦଶାରେ ଅଞ୍ଚଳବାସୀ

ରାସ୍ତା ମରାମତି ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଆରଡି ବିଭାଗ ଏବଂ ଚନ୍ଦ୍ରପୁର ବ୍ଲକ୍ ପକ୍ଷରୁ ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରାଯାଇଥିବା କୁହାଯାଉଛି। ତଥାପି ଅଭିଯୋଗ ପରେ ମଧ୍ୟ ଏପର୍ଯ୍ୟନ୍ତ ରାସ୍ତାର ମରାମତି ଦିଗରେ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

୯ ବର୍ଷ ହେଲା ଖାଲଖମାରେ କେରେଞ୍ଜା ଠାରୁ ପଣସପଦର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା | ମରାମତି ପାଇଁ ଅଭିଯୋଗ ସତ୍ତ୍ୱେ ନଜର ନାହିଁ, ଦୁର୍ଦ୍ଦଶାରେ ଅଞ୍ଚଳବାସୀ

ଏହି ରାସ୍ତା ଉପରେ ୧୧ ଖଣ୍ତ ଗ୍ରାମ ନିର୍ଭରଶୀଳ , ଗ୍ରାମବାସୀଙ୍କ ଦୈନନ୍ଦିନ ପଞ୍ଚାୟତ ଅଫିସ୍ କାର୍ଯ୍ୟ, ଯାତାୟାତ ସହ ଛାତ୍ରଛାତ୍ରୀ, ରୋଗୀ ଓ ଜରୁରୀକାଳୀନ ଯାତାୟାତ ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ତେଣୁ ସମ୍ପୃକ୍ତ ବିଭାଗ ତୁରନ୍ତ ରାସ୍ତାର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ମରାମତି କାର୍ଯ୍ୟ ହାତକୁ ନେବାକୁ ଅଞ୍ଚଳବାସୀ ଦାବି |

୯ ବର୍ଷ ହେଲା ଖାଲଖମାରେ କେରେଞ୍ଜା ଠାରୁ ପଣସପଦର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା | ମରାମତି ପାଇଁ ଅଭିଯୋଗ ସତ୍ତ୍ୱେ ନଜର ନାହିଁ, ଦୁର୍ଦ୍ଦଶାରେ ଅଞ୍ଚଳବାସୀ
Smart Computer Ad
You might also like
error: Content is protected !!