ଚିକିଟିର ସରକାରୀ କ୍ୱାର୍ଟର ଅବ୍ୟବହୃତନଷ୍ଟ ହେଉଛି ଲକ୍ଷ ଲକ୍ଷର ସମ୍ପତ୍ତିକେତେକ କ୍ୱାର୍ଟର ଠିକାଦାରଙ୍କ ଗୋଦାମ ଭାବେ ବ୍ୟବହାର ଅଭିଯୋଗ

ଚିକିଟି,(ଜଗନ୍ନାଥ ନାୟକ):-

ଗଞ୍ଜାମ : ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ ରହିବା ପାଇଁ ନିର୍ମିତ ସରକାରୀ କ୍ୱାର୍ଟରଗୁଡ଼ିକ ଦୀର୍ଘଦିନ ଧରି ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ଫଳରେ ସରକାରୀ ଅର୍ଥରେ ନିର୍ମିତ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଧୀରେଧୀରେ ନଷ୍ଟ ହେବାକୁ ବସିଛି।ବିଭିନ୍ନ କାରଣରୁ ଅନେକ କ୍ୱାର୍ଟର ଖାଲି ପଡ଼ିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଏଗୁଡ଼ିକର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେଉଛି। କେତେକ କ୍ୱାର୍ଟରରେ ଅନାବଶ୍ୟକ ଭାବେ ଗଛଲତା ମାଡ଼ିଯାଇଥିବା ଦେଖାଯାଉଛି। ଦୀର୍ଘଦିନ ଧରି ବ୍ୟବହାର ନହେବାରୁ କୋଠାଗୁଡ଼ିକର ବିଭିନ୍ନ ଅଂଶ ମଧ୍ୟ ନଷ୍ଟ ହେଉଥିବା ଅଭିଯୋଗ ରହିଛି।ଅନ୍ୟପକ୍ଷରେ, କେତେକ ସରକାରୀ କ୍ୱାର୍ଟର ଠିକାଦାରମାନେ ନିଜ ଗୋଦାମ ଭାବେ ବ୍ୟବହାର କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ସରକାରୀ ସମ୍ପତ୍ତିର ଏଭଳି ବ୍ୟବହାରକୁ ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ସରକାରୀ କ୍ୱାର୍ଟରଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ସହ ଆବଶ୍ୟକ କର୍ମଚାରୀଙ୍କୁ କ୍ୱାର୍ଟର ଆବଣ୍ଟନ କରିବା ଏବଂ ଅବ୍ୟବହୃତ ଘରଗୁଡ଼ିକୁ ଉପଯୋଗୀ କରିବା ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ନଚେତ୍‌ ଏହି ସରକାରୀ ସମ୍ପତ୍ତି ଆହୁରି ନଷ୍ଟ ହେବାର ଆଶଙ୍କା ରହିଛିନୂଜନର୍ଭ ଜଗନ୍ନାଥ ନାୟକ

Smart Computer Ad
You might also like
error: Content is protected !!