ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପାଲୁର ହିଲ୍‌ସ୍‌ ନିକଟରେ ଥିବା ସରକାରୀ ଗାଡ଼ି ଚାଳନା ପ୍ରଶିକ୍ଷଣ କେନ୍ଦ୍ର

ଛତ୍ରପୁର,(ବିଚିତ୍ରସାହୁ):-

(ଆଇ.ଡି.ଟି.ଆର.ଏସ) ପରିସରରେ ଆଜି ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପବିତ୍ର ଜନ୍ମଦିବସ ଅବସରରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ବେଶ୍ ଧୂମଧାମରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ କରିବା ସହ ଆଜିଠାରୁ ଆରମ୍ଭ ହେଉଛି ‘ସେବା ସଂକଳ୍ପ’ ଅଭିଯାନ। ଆଜି ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ପବିତ୍ର ଜନ୍ମଦିବସ। ତାଙ୍କର ଜୀବନ ଦେଶସେବା ଓ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଉତ୍ସର୍ଗୀକୃତ ବୋଲି କହିବା ସହ ଅତ୍ୟାଧୁନିକ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରର ବିଭିନ୍ନ କାର୍ଯ୍ୟକଳାପ ଓ ପ୍ରଶିକ୍ଷଣ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ଚାଳକମାନଙ୍କୁ ଉଚ୍ଚମାନର ପ୍ରଶିକ୍ଷଣ ଦେବା ଏବଂ ସଡ଼କ ସୁରକ୍ଷା ନିୟମ ପ୍ରତି ସଚେତନ କରିବା ଉପରେ ମନ୍ତ୍ରୀ ବିଶେଷ ଗୁରୁତ୍ୱାରୋପ କରିଥିଲେ। ସେବା ହିଁ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ସେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ଅବସରରେ ଗଞ୍ଜାମ ଆର. ଟି.ଓ ଦେବାଶିଷ ସ୍ୱାଇଁ , ଏମଭିଆଇ କାହ୍ନୁ ଚରଣ ବାନାରା ଟ୍ରାଫିକ ଇନ୍ସପେକ୍ଟର ବିଶ୍ୱ ରଞ୍ଜନ ସାହୁ କନିଷ୍ଟ ଏମ ଭିଆଇ ରୋହିତ କୁମାର ପଣ୍ଡା, କନିଷ୍ଟ ଏମ.ଭି.ଆଇ ତାରାକାନ୍ତ ନନ୍ଦ ସହ ପ୍ରଶିକ୍ଷଣ କେନ୍ଦ୍ରର ଏଡ଼ମିନ ମେନେଜର, ସିନିୟର ଟ୍ରେନର ବାଲାଜୀ ରାଉତ,ଟ୍ରେନର ଏସ. ପି ରେଡି ପ୍ରମୁଖ ଉପସ୍ଥିତ ଥିଲେ l

Smart Computer Ad
You might also like
error: Content is protected !!