ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଆସିପାରେ ‘ବାତ୍ୟା ଏବଂ ରେନ୍ ଷ୍ଟର୍ମ୍’*ଆସୁଛି ଝଡ଼ ବର୍ଷା (ରେନ୍ ଷ୍ଟର୍ମ)। ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଢାଳିବ ଓଡ଼ିଶାରେ। ଉପକୂଳ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଜୋରଦାର ବର୍ଷା ହୋଇପାରେ। ଏମିତି ଆକଳନ ଦେଖାଇଲାଣି ସମ୍ଭାବ୍ୟ ଲଘୁ ଚାପ,ଯାହାକି ଘନୀଭୂତ ହୋଇ ଅଧିକ ଶକ୍ତିଶାଳୀ ହେବା ସମ୍ଭାବନା ରହିଛି। ପାଣିପାଗ ବିଭାଗ ଗତ ୧୦ ତାରିଖରେ ଦୁଇ ସପ୍ତାହ ପାଇଁ ପ୍ରାକ୍ ଆକଳନ କରିଥିଲା। ଏଥିରେ ପୂର୍ବାନୁମାନ ଥିଲା,୨୦ ତାରିଖବେଳକୁ ଅତି ପ୍ରବଳ ବର୍ଷା ଆଶଙ୍କା,ଉପକୂଳରେ ଅଜାଡ଼ିବ ।ଥାଇଲାଣ୍ଡ ପାଖ ଉତ୍ତର ଆଣ୍ଡାମାନ ସାଗର ନିକଟରେ ଏକ ଘଣ୍ଠିବଳୟ ସୃଷ୍ଟି ହୋଇପାରେ। ଏହା ୨୨ ତାରିଖବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ରୂପ ନେଇପାରେ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା,୧୮ ତାରିଖବେଳକୁ ଆଣ୍ଡାମାନ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ୨୦ ତାରିଖବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ। ପ୍ରଥମେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ମିଆଁମାର ଉପକୂଳ ଆଡ଼କୁ ମୁହାଁଇବ। ୨୨ ତାରିଖବେଳକୁ ଏହା ଅବପାତ ରୂପ ନେଇଯିବ। ପରେ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶାକୁ ମୁହାଁଇବ। ୨୪ ତାରିଖ ବେଳକୁ ଗଭୀର ଅ
