ମହୁଲଗୁଡିଆ ପୂଜା ମଣ୍ଡପରେ ବୁଢା ଗଣେଶଙ୍କ ଏକାଦଶୀରେ ହୁଏ ସିରିଣି ଭୋଗ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଜଟଣୀ: ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ଲାଗି ବ୍ୟବସାୟୀକ ସହର ଜଟଣୀ ସରଗରମ ରହିଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ଜିଲାରୁ ଏଠାକୁ ଗଣେଶପୂଜା ଦେଖିବାଲାଗି ଦର୍ଶକଙ୍କ ଭିଡ ପରିଲକ୍ଷିତ ହେଉଛି । ବିଭିନ୍ନ ଯାତ୍ରାପାଟି ସାଙ୍ଗକୁ ମୀନାବଜାର ଆଦିରେ ଲୋକମାନଙ୍କ ଅଂସଖ୍ୟ ଭିଡ ଜମୁଛି । ତେବେ ଏହି ପ୍ରରୀପ୍ରେକ୍ଷୀରେ ଜଟଣୀ ମହୁଲଗୁଡିଆ ଛକ ବ୍ୟବସାୟୀ ସଂଘ ପୂଜା ମଣ୍ଡପ ପକ୍ଷରୁ ଚଳିତବର୍ଷ ଧୁମଧାମରେ ଗଜାନନଙ୍କ ପୂଜା ଆୟୋଜନ କରାଯାଇଛି । ଏଠାରେ ପୂଜା ପାଉଥିବା ପ୍ରଭୁ ଗଜାନନଙ୍କୁ ବୁଢା ଗଣେଶ ନାମରେ ଜଣାଯାଇଥାଏ । ଏହି ପୂଜା ପେଣ୍ଡାଲ ଦେଶ ସ୍ୱାଧୀନତା ପୁର୍ବରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଜଟଣୀବ୍ଲକ ମହୁଲ ଗ୍ରାମର ଜଣେ ଗୁଡିଆ ସମ୍ପ୍ରଦାୟର ବ୍ୟକ୍ତି ପ୍ରଥମେ ଏହି ଛକରେ ଗଣେଶପୂଜା ଆରମ୍ଭ କରିଥିଲେ । ତେଣୁ ସେହି ନାମନୁସାରେ ଏହି ଛକକୁ ମହୁଲଗୁଡିଆ ଛକ ବୋଲି ଆଖ୍ୟା ଦିଆଯାଇଛି । ତେବେ ଏଠାରେ ପୂଜା ପାଉଥିବା ଅଗ୍ରପୁଜ୍ୟ ପ୍ରଭୂ ଗଣେଶ “ବୁଢା ଗଣେଶ’ ନାମରେ ସ୍ୱତନ୍ତ୍ର ପରିଚୟ ରହିଛି । ଜଟଣୀ ସହରରେ ସର୍ବପ୍ରଥମେ ପୂଜା ପାଇ ଆସୁଥିବାରୁ ବୁଢା ଗଣେଶ ବୋଲି କୁହାଯାଉଛି । ଏଠାରେ ଠାକୁରଙ୍କ ନିକଟରେ ପ୍ରତିଦିନ ଶୁଖୁଲି ଭୋଗ ଲାଗି ହେଉଥିବା ବେଳେ ମଧ୍ୟାହ୍ନରେ ଅନ୍ନଭୋଗ ହେବାର ପ୍ରଥା ରହିଛି । ଏଠାରେ ପ୍ରତିଦିନ ମାନସିକଧାରୀଙ୍କ ଭୋଗଲଗାଇବା ପାଇଁ ଭକ୍ତଙ୍କ ଭିଡ ଲାଗିଥାଏ । ସୁଚନାନୁସାରେ, ଗଣେଶ ଚତୁର୍ଥୀ ଠାରୁ ପୁର୍ଣ୍ଣମା ମଧ୍ୟରେ ଗୋଟିଏ ଦିନ ଏକାଦଶୀ ପଡିଥାଏ । ସେହି ଏକାଦଶୀ ତିଥୀରେ ବାବା ସିଦ୍ଧବିନାୟକଙ୍କ ନିକଟରେ ସିରିଣୀ ଭୋଗଲାଗି ହେବାର ପ୍ରଥା ରହିଛି । ଏଥି ସହିତ ଠାକୁରଙ୍କ ରୋଷଘର ସ୍ୱତନ୍ତ୍ର ରହିଛି । ଏହି ରୋଷଘରେ ବିଧୀନୁସାରେ ଅନ୍ନ ରୋଷେଇ ହୋଇଥାଏ । ଏହି ଠାକୁରଙ୍କ ପରମ୍ପରା ରହିଛି ଯେ, ଚତୁର୍ଥୀ ଦିନରେ ବୁଢା ଗଣେଶ ସର୍ବଶେଷରେ ପୂଜା ପାଇଥାନ୍ତି । ଏହି ପୂଜା ସଂଧ୍ୟାରେ ହୋଇଥାଏ । ସେହିପରି ବିସର୍ଜନ ତିଥୀରେ ବୁଢା ଗଣେଶ ପ୍ରଥମେ ଧରାତ୍ୟାଗ କରିବାପରେ ସହରର ସମସ୍ତ ଠାକୁର ଧରାତ୍ୟାଗ କରିବେ । ହେଲେ ସର୍ବପ୍ରଥମେ ବିସର୍ଜନ ପ୍ରସେନପାଇଁ ବୁଢାଗଣେଶ ବାହାରିବା ପରେ ଅନ୍ୟ ପୂଜାମଣ୍ଡପର ଠାକୁରମାନେ ତାଙ୍କୁ ଅନୁସରଣ କରି ଯାଇଥାନ୍ତି ବୋଲି ଏଠାରେ ଏକ ପରମ୍ପରା ରହିଛି ।

Smart Computer Ad
You might also like
error: Content is protected !!