ଚନ୍ଦ୍ରପୁର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଟିତ

ଚନ୍ଦ୍ରପୁର l କୈଳାଶ ମାଳବିଷୋୟୀ ll ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ନୋଡାଲ ଉଚ୍ଚ ମାଧୟମିକ ବିଦ୍ୟାଳୟ ଖେଳ ପଡ଼ିୟା ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ଚନ୍ଦ୍ରପୁର ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ ଶବର ଙ୍କ ଅଧ୍ୟକ୍ଷ ତାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୟୀନ କିମ୍ବାକା ଯୋଗଦେଇ ଥିଲେ l

ଚନ୍ଦ୍ରପୁର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଟିତ

ସମ୍ନାନିୟ ଅତିଥିଭାବେ ଚନ୍ଦ୍ରପୁର ତହସିଲ ଦାର୍ ଶ୍ରୀ ସୁନିଲ କୁମାର ପ୍ରଧାନ, ଶିଶୁ ବିକାଶ ସିଡ଼ିପିଓ ଶ୍ରୀମତୀ ପୁଷ୍ପଲତା ସାହୁ, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଉମାକାନ୍ତ ମିଶାଲ, ବାଳକୃଷ୍ଣ ବିହାରି, ନୋଡାଲ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ N ଆପଲ ରାଜୁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ ଶ୍ରୀ କାଳନ୍ଦି ଚରଣ ରାଉତ, ବୁଡ଼ୁବାଲି ପଞ୍ଚାୟତ ସରପଞ୍ଚ ଭିମ ଗଗେରାଙ୍ଗା ଯୋଗଦେଇ ଥିଲେ l ଚନ୍ଦ୍ରପୁର ବ୍ଲକ ଆଠ ଗୋଟି ପଞ୍ଚାୟତ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ନିଜ ଲୁକ୍କାୟିତ ପ୍ରତିଭାକୁ ନାଚ, ଗୀତ ମାଧ୍ୟମରେ ପରିବେଷଣ କରିଥିଲେ l

ଚନ୍ଦ୍ରପୁର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଟିତ

ଏହି ସୁରଭି କାର୍ଯ୍ୟକ୍ରମରେ ଯେଉଁ ଛାତ୍ର ଛାତ୍ରୀ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେହି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହ ଟ୍ରପି ପ୍ରଦାନ କରାଯାଇଥିଲା ଏବଂ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଯୋଗଦେବା ନିମନ୍ତେ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଶବର କହିଥିଲେ l

ଚନ୍ଦ୍ରପୁର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଟିତ

ଏଥିରେ ନୋଡାଲ ଉଚ୍ଚ ମାଧ୍ୟମିକବିଦ୍ୟାଳୟର ଶିକ୍ଷକ ଶ୍ରୀ ମନୋମୋହନ ମଲିକ ପରିଚାଳନା କରିଥିଲେ l ଏଥିରେ ଚନ୍ଦ୍ରପୁର ଆଠ ଗୋଟି କ୍ଲଷ୍ଟର ସିଆରସିସି ରଜନି କାନ୍ତ ବଳିୟାରସିଂ, ଦିନବନ୍ଧୁ ବେହେରା, ଅଶୋକ କୁମାର ଘଡ଼େଇ, ପ୍ରଦିପ କୁମାର ସେଠି, ଜୟରାମ କରକରୀୟା, ରାଜେନ୍ଦ୍ର ବେହେରା, ପ୍ରଦିପ କୁମାର ବାଉରି, ରତ୍ନାକର ଭାତ୍ରା, ଆଠ ଗୋଟି କ୍ଲଷ୍ଟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ପ୍ରାୟ ୩୫୦ ଜଣ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ l

ଚନ୍ଦ୍ରପୁର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଟିତ
Smart Computer Ad
You might also like
error: Content is protected !!