ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ଗଞ୍ଜାମ | ଜଗନ୍ନାଥ ନାୟକ ll ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର। ଏହି ଅବସରରେ ସେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମପଞ୍ଚାୟତର ଡେଣ୍ଟିଆପଡ଼ା ଗ୍ରାମରେ ପହଞ୍ଚି ଜଳମଗ୍ନ ଚାଷଜମି ଓ କ୍ଷତିଗ୍ରସ୍ତ ରାସ୍ତା ପରିଦର୍ଶନ କରିଥିଲେ।

ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର

ଏଥିସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଚାଷୀମାନଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।ଏହି ପରିଦର୍ଶନ ସମୟରେ ବିଜେପିର ଉପାଧ୍ୟକ୍ଷା ତଥା ଓଡ଼ିଶା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସାରଦା ପ୍ରସାଦ ଶତପଥୀ, ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର

ଜଳମଗ୍ନ ଚାଷଜମିରୁ ବନ୍ୟାଜଳ ଯଥାଶୀଘ୍ର ନିଷ୍କାସନ କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କ ନିକଟରେ ତୁରନ୍ତ ରିଲିଫ୍ ଓ ଆବଶ୍ୟକୀୟ ସହାୟତା ପହଞ୍ଚାଇବାକୁ ବିଧାୟକ ଉପସ୍ଥିତ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ସଙ୍କଟ ସମୟରେ ପ୍ରଭାବିତ ପ୍ରତ୍ୟେକ ପରିବାରର ସୁରକ୍ଷା, ସହାୟତା ଓ ପୁନର୍ବାସକୁ ପ୍ରାଥମିକତା ଦିଆଯିବ। ବିପନ୍ନ ଲୋକଙ୍କ ସେବା ଓ ସୁରକ୍ଷା ପାଇଁ ସେ ସର୍ବଦା ସେମାନଙ୍କ ସହ ରହିଥିବା ବିଧାୟକ କହିଥିଲେ।

Smart Computer Ad
You might also like
error: Content is protected !!