ମାଛ ଧରିବାକୁ ଯାଇ ଯୁବକ ନିଖୋଜ

ଚନ୍ଦ୍ରପୁର | ୧୨| ୯ | ବକାଗୁଡା | କୈଳାସ ମାଳବିଶୋଇ ||
ହନୁମନ୍ତପୁର ପଞ୍ଚାୟତ ଅନ୍ତର୍ଗତ ବକାଗୁଡା ଗ୍ରାମର ଟିସୁରୁ ବିଏସ୍କା( ୪୫) ମାଛ ଧରିବାକୁ ଯାଇ ମୀନାଝୋଲା ରେ ନିଖୋଜ ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ସକାକ ୭ ଟା ସମୟରେ ଟିସୁରୁ ବିଏସ୍କା ନିଜ ବାଇକ ଯୋଗେ ବକାଗୁଡା ଗାଁରୁ ମୀନାଝୋଲା ନଦୀକୁ ଯାଇ ଥିଲେ। ତେବେ ସନ୍ଧ୍ୟା ସମୟରେ ଘରକୁ ଫେରି ନ ଥିବାରୁ ଗାଁ ଲୋକେ ମିନାଝୋଲା ନଦୀକୁ ଆସି ଥିଲେ। ନିଜ ବାଇକ ଓ ସାଥୀରେ ନେଇ ଥିବା ବ୍ୟାଗ୍ ରହି ଥିବା ବେଳେ ଟିସୁରୁଙ୍କୁ ଗାଁ ଲୋକେ ନଦୀ ତଳେ ତଳେ ଖୋଜା ଖୋଜି କରି ଥିଲେ ହେଁ ତାର ପତ୍ତା ମିଳିନାହିଁ।

ମାଛ ଧରିବାକୁ ଯାଇ ଯୁବକ ନିଖୋଜ

ଏ ବିଷୟରେ ସ୍ଥାନୀୟ ସରପଞ୍ଚ ଚନ୍ଦ୍ରପୁର ଥାନା ଅଧିକାରୀଙ୍କୁ ଜଣାଇବା ପରେ ପୁଲିସ୍ ବାହିନୀ ଓ ଅଗ୍ନିଶମ ବାହିନୀ ମୀନା ଝୋଲା ଯାଇ ଥିବା ସୂଚନା ମିଳିଛି। ଦୁଇ ଦିଁ ବିତି ଗଲାଣି ଚନ୍ଦ୍ରପୁର ବ୍ଲକ ଅଗ୍ନିଶମ ବିଭାଗ କର୍ମଚାରୀ, ପୋଲିସ ଥାନା ଏସ ଆଇ ନରସିଂହ ସାହୁ ,ଅନ୍ୟ କର୍ମଚାରୀ ଓ ଗ୍ରାମ ବାସୀଙ୍କ ସହାୟତାରେ ବହୁ ଖୋଜାଖୋଜି କରୁଥିଲେ ମଧ୍ଯ ମିଳନ ଥିବା ଦେଖିବାକୁ ମିଳିଛି l

Smart Computer Ad
You might also like
error: Content is protected !!