ଚନ୍ଦ୍ରପୁର,(କୈଳାସ ମାଳବିଶୋଇ):-
ରାୟଗଡ଼ ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ସମାରୋହ ଦିଵସ ଭାରପ୍ରାପ୍ତ ପ୍ରିନ୍ସିପାଲ ଶ୍ରୀ କାଳନ୍ଦୀ ଚରଣ ରାଉତ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୟୀନ କିମ୍ବlକା ଯୋଗଦେଇ ଥିଲେ l ସମ୍ମାନୀୟ ଅତିଥି ଭାବେ ଚନ୍ଦ୍ରପୁର ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁଜିତ ବ୍ରେଡେକା, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଉମା କାନ୍ତ ମିଶାଲ, ବୁଡ଼ୁବାଲି ପଞ୍ଚାୟତ ସରପଞ୍ଚ ଶ୍ରୀ ଭିମ ଗଗେରାଙ୍ଗା, ସମାଜ ସେବା କର୍ମି କୈଳାସ ମାଳବିଶୋଇ ଯୋଗଦେଇ ଥିଲେ l ଅତିଥି ମାନେ ପ୍ରଥମେ ପ୍ରଭୂ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ଠାରେ ଦୀପ ଧୂପ ପ୍ରଜ୍ଜଳନ କରି ପୁଷ୍ପ ମାଲ୍ୟ ଅର୍ପଣ ଥିଲେ ଓ ଛାତ୍ର ଛାତ୍ରୀ ପ୍ରାରମ୍ଭିକ ସଙ୍ଗିତ ଗାନକରି ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଔପଢୋକନ ଦେଇ ସମ୍ମାନୀତ କରିଥିଲେ l ମଞ୍ଚାସିନ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କର ପାଠ ପଢ଼ିବା ନିମନ୍ତେ ଉତ୍ସାହିତ କରି ନିଜନିଜ ମନ୍ତବ୍ୟ ପ୍ରକାଶ କରିଛନ୍ତି l ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଖେଳ ପ୍ରତଯୋଗିତା କରି ଥିଲେ ଯେଉଁ ଛାତ୍ର ଛାତ୍ରୀ ମାନେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେହି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଅତିଥି ବୃନ୍ଦ ପ୍ରଦାନ କରିଛନ୍ତି l ଛାତ୍ର ଛାତ୍ରୀ ମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (୧୧ ) ଏଗାର ତମ ସ୍ଥାପନ ବାର୍ଷିକ ସମାରୋହ ଉତ୍ସବ କୁ ନାଚ ଗୀତ ମାଧ୍ୟମରେ ଧୂମଧାମ ରେ ପାଳନ କରିଥିଲେ ଏଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଶ୍ରୀ ସୁବ୍ରତ ବୁଡେକ୍, ଶିକ୍ଷୟତ୍ରୀ ପ୍ରମୋଦିନି ପାଡ଼ି, ଶିକ୍ଷକ ଶ୍ରୀ ଭରତ କୁମାର ଧଳ, ନବୟ ରଇତ,, ଦୀପକ କୁମାର ମଇତ, କୁମୁଦ ରଞ୍ଜନ କହଁର, ସିଦ୍ଧେଶ୍ୱର ମଲିକ , ଶିକ୍ଷୟତ୍ରୀ ପ୍ରଜ୍ଞା ପରମିତା ତରେଇ, ଶିକ୍ଷକ ବସନ୍ତ କୁମାର ସାହୁ, ପ୍ରକାଶ ହିମିରିକା, ଶିକ୍ଷୟତ୍ରୀ ଶିବାନୀ ସାହୁ, ଯମୁନା ଲେଙ୍କା, ଶିକ୍ଷକ ମୁକେଶ ନାଗ, ଅନିଲ କୁମାର ହାତୀ, ପ୍ରେମ ବିବାର, ସହାୟକ କୁଳମଣି ମୁଦ୍ରିଙ୍ଗା, ମଲିକେଶ
