ବାଲିଗୁଡ଼ାରେ ‘ଉଲ୍ଲାସ’ ଜନସଚେତନତା ପଦଯାତ୍ରାସାକ୍ଷରତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଶିକ୍ଷକ-ଶିକ୍ଷୟିତ୍ରୀ

ବାଲିଗୁଡ଼ା, ୧୨/୯: ସୁକାନ୍ତ କୁମାର ତ୍ରିପାଠୀ ନିରକ୍ଷରତା ଦୂରୀକରଣ ସହ ସମାଜରେ ଶିକ୍ଷା ଓ ସାକ୍ଷରତା ପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ବାଲିଗୁଡ଼ା ସହରରେ ବ୍ଲକସ୍ତରୀୟ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଅନ୍ତର୍ଗତ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାକ୍ଷରତା ମଣିଷର ଜୀବନକୁ ଜ୍ଞାନ, ସଚେତନତା ଓ ଆତ୍ମନିର୍ଭରତାର ଦିଗରେ ଆଗେଇ ନେବାର ଏକ ପ୍ରମୁଖ ମାଧ୍ୟମ ବୋଲି ବାର୍ତ୍ତା ଦେଇ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା।ବାଲିଗୁଡ଼ା ନୁଆସାହିସ୍ଥିତ ପାଟଖଣ୍ଡା ଉଚ୍ଚ ବିଦ୍ୟାପୀଠ ପରିସରରୁ ପଦଯାତ୍ରାର ଆରମ୍ଭ ହୋଇଥିଲା। ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ଏହି ଅବସରରେ ସାକ୍ଷରତାର ଆବଶ୍ୟକତା, ଶିକ୍ଷାର ମହତ୍ତ୍ୱ ଏବଂ ନିରକ୍ଷରତା ଦୂରୀକରଣ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।ପଦଯାତ୍ରା ପରେ ବିଦ୍ୟାପୀଠ ପରିସରରେ ଏକ ସଚେତନତା ସଭା

ବାଲିଗୁଡ଼ାରେ ‘ଉଲ୍ଲାସ’ ଜନସଚେତନତା ପଦଯାତ୍ରାସାକ୍ଷରତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଶିକ୍ଷକ-ଶିକ୍ଷୟିତ୍ରୀ

ହୋଇଥିଲା। ସଭାରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଓ ପ୍ରଦୀପ କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ଥିଲେ।ଅତିଥିମାନେ ‘ଉଲ୍ଲାସ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରି କହିଥିଲେ ଯେ, ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଆବଶ୍ୟକ। ନିରକ୍ଷରତା ଦୂର କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏଥିପାଇଁ ସମାଜର ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ସେମାନେ ମତ ଦେଇଥିଲେ।ସାକ୍ଷରତା ବୃଦ୍ଧି ପାଇଲେ ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ଓ ଆତ୍ମନିର୍ଭରତା ସୃଷ୍ଟି ହେବ। ତେଣୁ ‘ଉଲ୍ଲାସ’ ଅଭିଯାନକୁ ସଫଳ କରିବା ସହ ଏକ ସାକ୍ଷର ଓ ସଚେତନ ସମାଜ ଗଠନ ପାଇଁ ସମସ୍ତେ ଆଗେଇ ଆସିବାକୁ ସଭାରେ ଆହ୍ୱାନ ଦିଆଯାଇଥିଲା।

Smart Computer Ad
You might also like
error: Content is protected !!