ବାଲିଗୁଡ଼ାରେ ଲୋକ ଅଦାଲତରେ ମିଳିଲା ନ୍ୟାୟଶହ ଶହ ମାମଲାର ଶୁଣାଣି, ଆପୋସ ବୁଝାମଣାରେ ହେଲା ବିବାଦର ସମାଧାନ

ବାଲିଗୁଡ଼ା, ୧୨/୦୯: ସୁକାନ୍ତ କୁମାର ତ୍ରିପାଠୀବିବାଦର ଦୀର୍ଘ ଆଇନଗତ ପ୍ରକ୍ରିୟାକୁ ଏଡ଼ାଇ ଆପୋସ ବୁଝାମଣା ମାଧ୍ୟମରେ ତୁରନ୍ତ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ବାଲିଗୁଡ଼ା ଦେୱାନୀ ଓ ଫୌଜଦାରି ଅଦାଲତ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧୀକରଣଙ୍କ ନିର୍ଦ୍ଦେଶକ୍ରମେ ତାଲୁକ ଆଇନ ସେବା କମିଟି, ବାଲିଗୁଡ଼ା ପକ୍ଷରୁ ଆୟୋଜିତ ଏହି ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମାମଲାର ବିଚାର ଓ ଆପୋସ ସମାଧାନ କରାଯାଇଥିଲା।ଅତିରିକ୍ତ ଜିଲ୍ଲା ଜଜ୍‌ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶୁଭଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକ ଅଦାଲତର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଅଦାଲତ ସମ୍ବନ୍ଧୀୟ ମାମଲା ସହ ବ୍ୟାଙ୍କ, ବିଦ୍ୟୁତ୍ ବିଭାଗ ଓ ରାଜସ୍ୱ ସମ୍ବନ୍ଧୀୟ ମାମଲାଗୁଡ଼ିକ ମଧ୍ୟ ସମାଧାନ ପାଇଁ ଉପସ୍ଥାପିତ ହୋଇଥିଲା।ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ ଅଦାଲତରେ ୩ଟି ମାମଲା ନିଆଯାଇଥିବାବେଳେ ସମାଧାନ ପ୍ରକ୍ରିୟାରେ ୨୭ ଲକ୍ଷ ୭୦ ହଜାର ଟଙ୍କାର କ୍ଷତିପୂରଣ ପୁରସ୍କାର ହୋଇଥିଲା। ସିଭିଲ୍ ଜଜ୍‌ (ସିନିୟର ଡିଭିଜନ) ଅଦାଲତରେ ୬ଟି ମାମଲା ନିଆଯାଇ ୨ଟିର ଫଇସଲା କରାଯାଇଥିଲା। ଏହି ମାମଲାଗୁଡ଼ିକରେ ୫ ଲକ୍ଷ ୪୧ ହଜାର ୧୯୪ ଟଙ୍କାର ସେଟଲମେଣ୍ଟ ହୋଇଥିଲା।ସେହିପରି ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ୧୯ଟି ମାମଲା ଶୁଣାଣି ପାଇଁ ନିଆଯାଇଥିବାବେଳେ ୪ଟି ମାମଲାର ସମାଧାନ ହୋଇଥିଲା। ଏଥିରେ ୧୧ ଲକ୍ଷ ଟଙ୍କାର

ବାଲିଗୁଡ଼ାରେ ଲୋକ ଅଦାଲତରେ ମିଳିଲା ନ୍ୟାୟଶହ ଶହ ମାମଲାର ଶୁଣାଣି, ଆପୋସ ବୁଝାମଣାରେ ହେଲା ବିବାଦର ସମାଧାନ

ସେଟଲମେଣ୍ଟ କରାଯାଇଥିଲା।ଲୋକ ଅଦାଲତରେ ବ୍ୟାଙ୍କ ସମ୍ବନ୍ଧୀୟ ମାମଲା ମଧ୍ୟ ଗୁରୁତ୍ୱ ପାଇଥିଲା। ବାଲିଗୁଡ଼ା, କ.ନୂଆଗାଁ, ବାରଖମା ଓ ସାରଙ୍ଗଡ଼ର ଷ୍ଟେଟ ବ୍ୟାଙ୍କ ସହ ବାଲିଗୁଡ଼ାର ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏଥିରେ ଅଂଶଗ୍ରହଣ କରିଥିଲେ। ବ୍ୟାଙ୍କଗୁଡ଼ିକର ପ୍ରି-ଲିଟିଗେସନ୍ ବ୍ୟାଙ୍କ ରିକଭରି ସମ୍ବନ୍ଧୀୟ ୨୧୧ଟି ମାମଲା ଉପସ୍ଥାପିତ ହୋଇଥିଲା। ସେଥିରୁ ୧୬ଟି ମାମଲାର ଆପୋସ ସମାଧାନ ହୋଇ ୭ ଲକ୍ଷ ୯୪ ହଜାର ୯୨୭ ଟଙ୍କାର ସେଟଲମେଣ୍ଟ ହୋଇଥିଲା।ଅନ୍ୟପକ୍ଷରେ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ମଧ୍ୟ ଲୋକ ଅଦାଲତରେ ମାମଲା ଉପସ୍ଥାପିତ କରାଯାଇଥିଲା। ସଂସ୍ଥା ସମ୍ବନ୍ଧୀୟ ୧୬୦ଟି ମାମଲା ନିଆଯାଇଥିବାବେଳେ ୩ଟି ମାମଲାର ସମାଧାନ ହୋଇ ୪୪ ହଜାର ୧୭୭ ଟଙ୍କାର ସେଟଲମେଣ୍ଟ ହୋଇଥିଲା।ଏଥିସହ ବାଲିଗୁଡ଼ା ତହସିଲର ବିଭିନ୍ନ ରାଜସ୍ୱ ମାମଲା ମଧ୍ୟ ଲୋକ ଅଦାଲତରେ ଉପସ୍ଥାପିତ ହୋଇଥିଲା। ମୋଟ ୩୭୯ଟି ରାଜସ୍ୱ ମାମଲା ନିଆଯାଇଥିବାବେଳେ ସମସ୍ତ ୩୭୯ଟି ମାମଲାର ସମାଧାନ କରାଯାଇଥିବା ଜଣାପଡ଼ିଛି।ଲୋକ ଅଦାଲତର ଏହି ପଦକ୍ଷେପ ଯୋଗୁଁ ଦୀର୍ଘଦିନ ଧରି ଚାଲିଥିବା ବିବାଦରେ ଜଡ଼ିତ ପକ୍ଷମାନେ ଶୀଘ୍ର ସମାଧାନ ପାଇବାର ସୁଯୋଗ ପାଇଛନ୍ତି। ଆପୋସ ବୁଝାମଣା ମାଧ୍ୟମରେ ମାମଲାର ଫଇସଲା ହେବା ଫଳରେ ଉଭୟ ପକ୍ଷଙ୍କ ସମୟ ଓ ଅର୍ଥ ସଞ୍ଚୟ ହେବା ସହ ଅଦାଲତରେ ମାମଲାର ଚାପ ମଧ୍ୟ ହ୍ରାସ ପାଇବାରେ ଏହା ସହାୟକ ହେଉଛି।

Smart Computer Ad
You might also like
error: Content is protected !!