ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ‘ସ୍ପାର୍କ’ ମହାସମାରୋହଦ୍ୱାଦଶ ସ୍ୱନକ୍ଷତ୍ର ଦିବସରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ବାଲିଗୁଡ଼ା, ୧୧/୦୯:ସୁକାନ୍ତ କୁମାର ତ୍ରିପାଠୀ

ଦଣ୍ଡପଦରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ ସ୍ୱନକ୍ଷତ୍ର ଦିବସ ‘ସ୍ପାର୍କ’ ଉତ୍ସାହ ଓ ଆନନ୍ଦମୟ ପରିବେଶ ମଧ୍ୟରେ ପାଳିତ ହୋଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ବିଶେଷ ଉତ୍ସବରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା, ପ୍ରତିଭା ଓ ଆତ୍ମବିଶ୍ୱାସର ଝଲକ ଦେଖିବାକୁ ମିଳିଥିଲା ବିଦ୍ୟାଳୟର ଅଧ୍ୟକ୍ଷା ଇତିଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଦିବାସୀ ମହାବିଦ୍ୟାଳୟର ଅଧ୍ୟାପକ ସୁଶାନ୍ତ କୁମାର ଦାସ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ପ୍ରସାଦ ଲେଙ୍କା ମୁଖ୍ୟ ବକ୍ତା ଭାବେ

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ‘ସ୍ପାର୍କ’ ମହାସମାରୋହଦ୍ୱାଦଶ ସ୍ୱନକ୍ଷତ୍ର ଦିବସରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ଯୋଗଦେଇଥିଲେ। ସେହିପରି ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବସନ୍ତ କୁମାରୀ ନନ୍ଦ ଓ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଜିତେନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ଅତିଥିମାନେ ଛାତ୍ରଜୀବନରେ ଶିକ୍ଷା ସହିତ ନିଜର ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ତାହାର ବିକାଶ ଦିଗରେ ଆଗେଇବାକୁ ପରାମର୍ଶ ଦେଇଥିଲେ। ଗଳ୍ପ, କବିତା ଓ ନୀତିଶିକ୍ଷା ମାଧ୍ୟମରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଜୀବନରେ ଶୃଙ୍ଖଳା, ପରିଶ୍ରମ ଓ ଲକ୍ଷ୍ୟପ୍ରତି ନିଷ୍ଠାର ଗୁରୁତ୍ୱ ବୁଝାଇଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଭୁ ଶ୍ରୀଗଣେଶଙ୍କ

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ‘ସ୍ପାର୍କ’ ମହାସମାରୋହଦ୍ୱାଦଶ ସ୍ୱନକ୍ଷତ୍ର ଦିବସରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ନିକଟରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଶିକ୍ଷୟିତ୍ରୀ ଲିପ୍ସା ନାୟକ ସଭାକାର୍ଯ୍ୟ ସଂଚାଳନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ପରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ ରଙ୍ଗାରଙ୍ଗ ପରିବେଷଣ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଥିଲେ। ଶେଷରେ ଅଧ୍ୟକ୍ଷା ଇତିଶ୍ରୀ ସାହୁ ଉପସ୍ଥିତ ଅତିଥି, ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ‘ସ୍ପାର୍କ’ ମହାସମାରୋହଦ୍ୱାଦଶ ସ୍ୱନକ୍ଷତ୍ର ଦିବସରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ସମଗ୍ର ଆୟୋଜନକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ‘ସ୍ପାର୍କ’ ମହାସମାରୋହଦ୍ୱାଦଶ ସ୍ୱନକ୍ଷତ୍ର ଦିବସରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ
Smart Computer Ad
You might also like
error: Content is protected !!