୧୦୦ କେଜି ୩୦୦ ଗ୍ରାମ ଗଞ୍ଜେଇ ସହ ୨ ଦେଶୀ ବନ୍ଧୁକ ଜବତହୋଣ୍ଡା CR-V ଗାଡ଼ି ସହ ୪ ଅଭିଯୁକ୍ତ ଗିରଫ

ବାଲିଗୁଡ଼ା, ୧୧/୦୯: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚାଲାଣ ଓ ବେଆଇନ ଅସ୍ତ୍ର କାରବାର ବିରୋଧରେ ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା। ବିଶ୍ୱସ୍ତ ସୂଚନା ଆଧାରରେ ପୋଲିସ ଚଢ଼ାଉ କରି ୧୦୦ କେଜି ୩୦୦ ଗ୍ରାମ ଗଞ୍ଜେଇ, ଦୁଇଟି ଦେଶୀ ନିର୍ମିତ ବନ୍ଧୁକ ଏବଂ ଏକ ଧଳା ରଙ୍ଗର ହୋଣ୍ଡା CR-V ଗାଡ଼ି ଜବତ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।ପୋଲିସ ସୂଚନା ଅନୁଯାୟୀ, ଚଢ଼ାଉ ସମୟରେ ୧୦୦ କେଜି ୩୦୦ ଗ୍ରାମ ଗଞ୍ଜେଇ, ୨ଟି ଦେଶୀ ନିର୍ମିତ SBML ବନ୍ଧୁକ ଏବଂ OD-02-AX-1086 ନମ୍ବର ବିଶିଷ୍ଟ ଧଳା ରଙ୍ଗର ହୋଣ୍ଡା CR-V ଗାଡ଼ି ଜବତ ହୋଇଛି।ଏହି ଘଟଣାକୁ ନେଇ ବାଲିଗୁଡ଼ା ଥାନାରେ ବାଲିଗୁଡ଼ା PS କେସ୍ ନଂ-୨୩୧/୨୦୨୬, ତାରିଖ ୧୦.୦୯.୨୦୨୬ ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କ ବିରୋଧରେ NDPS Actର ଧାରା ୨୦(b)(ii)(C) ଏବଂ Arms Actର ଧାରା ୨୫(୧-B)(a) ଅନୁଯାୟୀ ମାମଲା ରୁଜୁ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଲେ—୧. ରିଚାର୍ଡ ନାୟକ (୨୮), ପିତା– ରମେଶ ଚନ୍ଦ୍ର ନାୟକ, ଗ୍ରାମ– ସାଗାଡ଼ିସାହି, ଥାନା– ତୁମୁଡ଼ିବନ୍ଧ।୨. ସଚିନ ନାୟକ (୩୧),

ପିତା– ସଞ୍ଜୀବ ନାୟକ, ଗ୍ରାମ– ଲୁହାରସାହି, ଥାନା– ତୁମୁଡ଼ିବନ୍ଧ।୩. କେ. ଶିବ ପ୍ରସାଦ ଆଚାର୍ଯ୍ୟ (୨୮), ପିତା– କେ. ଶଙ୍କର ପ୍ରସାଦ ଆଚାର୍ଯ୍ୟ, ଗ୍ରାମ– ସିମନବାଡ଼ି, ଥାନା– ଦାରିଙ୍ଗବାଡ଼ି।୪. ବିନୋଦ ପୂଜାରୀ (୩୨), ପିତା– ଗଜେନ୍ଦ୍ର ପୂଜାରୀ, ଗ୍ରାମ– କିଲୁଗାମ, ଥାନା– ବାଲିଗୁଡ଼ା।ପୋଲିସର ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ କେତେକଙ୍କର ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅପରାଧିକ ମାମଲାରେ ସମ୍ପୃକ୍ତି ଥିବା ଜଣାପଡ଼ିଛି। ସେଥିମଧ୍ୟରେ ବାଲିଗୁଡ଼ା ଥାନା କେସ୍ ନଂ ୨୨/୨୦୨୩, ୧୯୬/୨୦୨୫, ୪୮/୨୦୧୭ ଓ ୨୦୪/୨୦୨୬ ସହିତ ତୁମୁଡ଼ିବନ୍ଧ ଥାନା କେସ୍ ନଂ ୨୯/୨୦୨୧, ୧୧/୨୦୨୩, ୩୦/୨୦୨୪ ଓ ୦୯/୨୦୨୫ ରହିଛି।ଏତେ ବଡ଼ ପରିମାଣର ଗଞ୍ଜେଇ ସହ ଦୁଇଟି ଦେଶୀ ବନ୍ଧୁକ ଜବତ ହେବା ପରେ ବାଲିଗୁଡ଼ା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଗଞ୍ଜେଇ ଚାଲାଣ ସହ ଅସ୍ତ୍ର କାରବାରର ଚେର କେଉଁଆଡ଼େ ଲମ୍ବିଛି, ଏହାର ତଦନ୍ତ ଆରମ୍ଭ କରିଛି ପୋଲିସ। ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେଙ୍କ ନେତୃତ୍ୱରେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

୧୦୦ କେଜି ୩୦୦ ଗ୍ରାମ ଗଞ୍ଜେଇ ସହ ୨ ଦେଶୀ ବନ୍ଧୁକ ଜବତହୋଣ୍ଡା CR-V ଗାଡ଼ି ସହ ୪ ଅଭିଯୁକ୍ତ ଗିରଫ
Smart Computer Ad
You might also like
error: Content is protected !!