ସାଇ ପ୍ରଭୁଜୀ ଗ୍ଲୋବାଲ୍ ସ୍କୁଲକୁ ୫ ବର୍ଷ ପାଇଁ ସ୍ୱୀକୃତି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରୀ

ବାଲିଗୁଡ଼ା, ୧୬/୧୦ (ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାସ୍ଥିତ ସାଇ ପ୍ରଭୁଜୀ ଗ୍ଲୋବାଲ୍ ସ୍କୁଲକୁ ପାଞ୍ଚ ବର୍ଷ ପାଇଁ ଅସ୍ଥାୟୀ ସ୍ୱୀକୃତି ମିଳିଛି। ଜିଲ୍ଲା ଶିକ୍ଷା ଅଧିକାରୀ, କନ୍ଧମାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୮ ସେପ୍ଟେମ୍ବର ୨୦୨୬ରେ ଜାରି ହୋଇଥିବା ସ୍ୱୀକୃତିପତ୍ର ଅନୁଯାୟୀ, ବିଦ୍ୟାଳୟକୁ ୨୦୨୬-୨୭ ଶିକ୍ଷାବର୍ଷରୁ ୨୦୩୦-୩୧ ଶିକ୍ଷାବର୍ଷ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଶିକ୍ଷାଦାନ ପାଇଁ ଅନୁମତି ମିଳିଛି। ଏହି ସ୍ୱୀକୃତି ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।ବାଲିଗୁଡ଼ାର ନୂଆସାହିଠାରେ ଅବସ୍ଥିତ ଏହି ବିଦ୍ୟାଳୟକୁ ଶିକ୍ଷା ଅଧିକାର ଆଇନ, ୨୦୦୯ ଏବଂ ଏହାର ନିୟମାବଳୀ ଅନୁଯାୟୀ ଆବଶ୍ୟକ ଆବେଦନ ଓ ଯାଞ୍ଚ ପ୍ରକ୍ରିୟା ପରେ ସ୍ୱୀକୃତି ପ୍ରଦାନ କରାଯାଇଛି। ଏହା ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ସହ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାର ପ୍ରସାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।ସ୍ୱୀକୃତିପତ୍ରରେ ବିଦ୍ୟାଳୟ ପାଇଁ ବିଭିନ୍ନ ସର୍ତ୍ତ ରଖାଯାଇଛି। ଏଥିରେ ଶିକ୍ଷା ଅଧିକାର ଆଇନର ନିୟମ ପାଳନ, ନିୟମ ଅନୁଯାୟୀ

ସାଇ ପ୍ରଭୁଜୀ ଗ୍ଲୋବାଲ୍ ସ୍କୁଲକୁ ୫ ବର୍ଷ ପାଇଁ ସ୍ୱୀକୃତି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରୀ

ଦୁର୍ବଳ ଓ ଅବହେଳିତ ବର୍ଗର ପିଲାଙ୍କ ପାଇଁ ୨୫ ପ୍ରତିଶତ ଆସନ ସଂରକ୍ଷଣ, ଶିକ୍ଷାର୍ଥୀଙ୍କଠାରୁ କ୍ୟାପିଟେସନ୍ ଫି ଆଦାୟ ନକରିବା, ଜାତି, ଧର୍ମ କିମ୍ବା ଜନ୍ମସ୍ଥାନ ଆଧାରରେ ଆଡ୍‌ମିଶନ୍ ପ୍ରତ୍ୟାଖ୍ୟାନ ନକରିବା ଏବଂ ପିଲାଙ୍କୁ ଶାରୀରିକ ଦଣ୍ଡ ଓ ମାନସିକ ନିର୍ଯାତନାରୁ ଦୂରେଇ ରଖିବା ଭଳି ନିୟମ ରହିଛି।ଏଥିସହ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ, ପାନୀୟ ଜଳ, ପୃଥକ ଶୌଚାଳୟ, ଖେଳପଡ଼ିଆ, ପାଠାଗାର ଓ ଶିକ୍ଷଣ ସାମଗ୍ରୀ ଭଳି ମୌଳିକ ସୁବିଧା ସୁନିଶ୍ଚିତ କରିବା ସହ ଯୋଗ୍ୟତାସମ୍ପନ୍ନ ଶିକ୍ଷକ ନିଯୁକ୍ତି ଓ ନିୟମିତ ହିସାବ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।ପାଞ୍ଚ ବର୍ଷ ପାଇଁ ସ୍ୱୀକୃତି ମିଳିବା ଫଳରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି ହୋଇଛି। ଏହି ସ୍ୱୀକୃତି ବିଦ୍ୟାଳୟର ଶୈକ୍ଷିକ ଉନ୍ନତି ସହ ବାଲିଗୁଡ଼ା ଅଞ୍ଚଳର ଶିକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ ପାଇଛି।

ସାଇ ପ୍ରଭୁଜୀ ଗ୍ଲୋବାଲ୍ ସ୍କୁଲକୁ ୫ ବର୍ଷ ପାଇଁ ସ୍ୱୀକୃତି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରୀସାଇ ପ୍ରଭୁଜୀ ଗ୍ଲୋବାଲ୍ ସ୍କୁଲକୁ ୫ ବର୍ଷ ପାଇଁ ସ୍ୱୀକୃତି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରୀସାଇ ପ୍ରଭୁଜୀ ଗ୍ଲୋବାଲ୍ ସ୍କୁଲକୁ ୫ ବର୍ଷ ପାଇଁ ସ୍ୱୀକୃତି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରୀ

Smart Computer Ad
You might also like
error: Content is protected !!