ନୂଆଗାଁ ରୋନ୍ନେଈରେ ହାତୀ ଆତଙ୍କ, ଫସଲ ସୁରକ୍ଷାକୁ ନେଇ ଚିନ୍ତାରେ ଚାଷୀ

ଚ଼ିକିଟି | ଗଞ୍ଜାମ | ଜଗନ୍ନାଥ ନାୟକ ||
ଅଞ୍ଚଳରେ ହାତୀପଲଙ୍କ ଚଳପ୍ରଚଳନକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାତୀପଲ ଜଙ୍ଗଲ ଛାଡ଼ି ଜନବସତି ଓ ଚାଷଜମି ଆଡ଼କୁ ଆସୁଥିବାରୁ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଗତ କିଛିଦିନ ହେଲା ଏହି ଅଞ୍ଚଳରେ ହାତୀପଲଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି। ହାତୀପଲ ଚାଷଜମିରେ ପଶି ଫସଲ ନଷ୍ଟ କରିବା ଆଶଙ୍କା ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ରାତି ସମୟରେ ହାତୀଙ୍କ ଚଳପ୍ରଚଳନ ଯୋଗୁଁ ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି। ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଇଥିବାବେଳେ ଲୋକଙ୍କୁ ସତର୍କ ରହିବାକୁ ସଚେତନ କରାଯାଉଛି। ହାତୀପଲକୁ ଜନବସତିଠାରୁ ଦୂରେ ରଖିବା ସହ ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Smart Computer Ad
You might also like
error: Content is protected !!