ବାଲିଗୁଡ଼ା : ୦୭/୦୯: ସୁକାନ୍ତ କୁମାର ତ୍ରୀପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ଗଲିଆଡଙ୍ଗର ପାହାଡ଼ ଉପର ଜଙ୍ଗଲରୁ ରବିବାର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ବାଲିଗୁଡ଼ା ପୋଲିସ ଉଦ୍ଧାର କରିଥିଲା। ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରି ମୃତକଙ୍କ ପରିଚୟ ଚିହ୍ନଟ କରିଛି।ମୃତକ ଜଣକ ରବୀନ୍ଦ୍ର ବେହେରା (୪୩) ବୋଲି ଜଣାପଡ଼ିଛି। ତାଙ୍କ ଘର ଟିକାବାଲି ଥାନା ଅଧୀନ ପକାରୀ ଗ୍ରାମରେ ହୋଇଥିବା ବେଳେ ସେ ଲୋକନାଥ ବେହେରାଙ୍କ ପୁଅ ବୋଲି ପୋଲିସ ପକ୍ଷରୁ ଜଣାପଡ଼ିଛି।ମୃତଦେହ ଉଦ୍ଧାର ପରେ ପୋଲିସ ପକ୍ଷରୁ ଆବଶ୍ୟକ ଯାଞ୍ଚ ଓ ପରିଚୟ ନିଶ୍ଚିତ କରାଯାଇଥିଲା। ପରେ ନିୟମାନୁସାରେ ମୃତଦେହର ପୋଷ୍ଟମର୍ଟମ୍ କରାଯାଇଥିଲା। ପୋଷ୍ଟମର୍ଟମ୍ ଶେଷ ହେବା ପରେ ଆଇନଗତ ପ୍ରକ୍ରିୟା ଅନୁସାରେ ମୃତଦେହକୁ ପରିବାର ସଦସ୍ୟଙ୍କ ହସ୍ତାନ୍ତର କରାଯାଇଛି।ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।
