କୋଟଗଡ଼ରେ ସଶସ୍ତ୍ର ଡକାୟତିର ପର୍ଦ୍ଦାଫାସ, ୪ ଅଭିଯୁକ୍ତ ଗିରଫବନ୍ଧୁକ, ଛୁରୀ, ମୋବାଇଲ ଓ ନଗଦ ଟଙ୍କା ସହ ବୁଲେଟ ବାଇକ୍ ଜବତ

କୋଟଗଡ଼, ୦୫/୦୯ : ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି କୋଟଗଡ଼ ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ବନ୍ଧୁକ, ଛୁରୀ, ମୋବାଇଲ ଫୋନ, ନଗଦ ଟଙ୍କା ଓ ଅପରାଧରେ ବ୍ୟବହୃତ ବୁଲେଟ ମୋଟରସାଇକେଲ ଜବତ କରିଛି।ଏନେଇ କୋଟଗଡ଼ ଥାନାରେ କେସ୍ ନଂ-୧୫୮, ତାରିଖ ୨୪.୦୮.୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୦(୨) ସହ ଆର୍ମସ୍ ଆକ୍ଟର ଧାରା ୨୭ ଅନୁଯାୟୀ ମାମଲା ରୁଜୁ ହୋଇଛି।ପୋଲିସ ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ମଞ୍ଜୁ ନାୟକ (୫୦), ସ୍ୱାମୀ-ସ୍ୱର୍ଗତ କେଦାର ନାୟକ, କୁମ୍ଭାରସାହି ଗ୍ରାମର ବାସିନ୍ଦା। ଗତ ୨୩ ଅଗଷ୍ଟ ରାତିରେ ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ତାଙ୍କ ଘରେ ପ୍ରବେଶ କରିଥିଲେ। ଘରର ପଛ କବାଟକୁ ଛୁରୀ ସାହାଯ୍ୟରେ ଭାଙ୍ଗି ଭିତରକୁ ପଶିବା ପରେ

କୋଟଗଡ଼ରେ ସଶସ୍ତ୍ର ଡକାୟତିର ପର୍ଦ୍ଦାଫାସ, ୪ ଅଭିଯୁକ୍ତ ଗିରଫବନ୍ଧୁକ, ଛୁରୀ, ମୋବାଇଲ ଓ ନଗଦ ଟଙ୍କା ସହ ବୁଲେଟ ବାଇକ୍ ଜବତ

ବନ୍ଧୁକ ଦେଖାଇ ମଞ୍ଜୁ ନାୟକଙ୍କୁ ଭୟଭୀତ କରିଥିଲେ। ଚିତ୍କାର କଲେ ହତ୍ୟା କରିଦେବାକୁ ଧମକ ଦେଇ ତାଙ୍କ ବେକରୁ ସୁନା ଚେନ୍, କାନଫୁଲ ଓ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ।ଏହାପରେ ଘର ଭିତରେ ଥିବା ବାକ୍ସ ଖୋଲି ସୁନା କାନଫୁଲ ଓ ନଗଦ ୨୫ ହଜାର ଟଙ୍କା ଲୁଟି ନେଇଥିଲେ। ଘର ନିକଟସ୍ଥ ଅନ୍ୟ ଏକ କୋଠରୀରୁ ମଧ୍ୟ ଦୁଇଟି ମୋବାଇଲ ଫୋନ ଓ ନଗଦ ଟଙ୍କା ନେଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।ଘଟଣାର ତଦନ୍ତ କରି ପୋଲିସ ସମିତ କୁମାର ପାଳତାସିଂ, ବିକାଶ ବାଲିଆରସିଂ, ରୋହିତ ନାୟକ ଓରଫ କାଳିଆ ଏବଂ ରାହୁଲ ମାନସେଥଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ କୋଟଗଡ଼ ଓ ତୁମୁଡ଼ିବନ୍ଧ ଅଞ୍ଚଳର ବାସିନ୍ଦା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଛୁରୀ, ଦୁଇଟି ମୋବାଇଲ ଫୋନ, ନଗଦ ୧୪ ହଜାର

୭୦୦ ଟଙ୍କା ଏବଂ ଗୋଟିଏ ବୁଲେଟ ମୋଟରସାଇକେଲ ଜବତ କରାଯାଇଛି।ପୋଲିସର ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ରାହୁଲ ମାନସେଥ ଜଣେ ଅଭ୍ୟାସଗତ ଅପରାଧୀ। ତାଙ୍କ ନାମରେ ଏହି ମାମଲା ବ୍ୟତୀତ ଆଉ ୫ଟି ସମାନ ଅପରାଧ ମାମଲା ରହିଥିବା ଜଣାପଡ଼ିଛି। ଅନ୍ୟ ଅପରାଧରେ ତାଙ୍କ ସମ୍ପୃକ୍ତି ନେଇ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି।ମାମଲାର ତଦନ୍ତକାରୀ ଅଧିକାରୀ ଭାବେ କୋଟଗଡ଼ ଥାନାର ଆଇଆଇସି ଇନ୍ସପେକ୍ଟର ସମ୍ବିତ କୁମାର ସ୍ୱାଇଁ ତଦନ୍ତ ଜାରି ରଖିଛନ୍ତି। ଡକାୟତି ଘଟଣାରେ ଲୁଟ୍ ହୋଇଥିବା ଅନ୍ୟ ସାମଗ୍ରୀ ଓ ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ କରାଯାଉଛି।

Smart Computer Ad
You might also like
error: Content is protected !!