ଗୁରୁଦିବସକୁ କଳା ଦିବସ ପାଳିଲେ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ

ବ୍ରହ୍ମପୁର,(ବିଚିତ୍ରସାହୁ):-

୨୦୦୮ – ୨୦୧୮ ମସିହା ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ନିୟମିତ ସରକାରୀ ବେତନ ପ୍ରଦାନରେ ଅହେତୁକ ବିଳମ୍ବ ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ପ୍ରତି ଧର୍ମକୁ ଆଖିଠାର ଭଳି ପ୍ରତୀୟମାନ ହେଉଛି।ନିଜେ ମୁଖ୍ୟମନ୍ତ୍ରୀ ଶିକ୍ଷକଙ୍କୁ ସମ୍ମାନ ପ୍ରଦାନ କରିଥିବା ବେଳେ ରାଜ୍ୟ ସ୍ତରରେ ଶିକ୍ଷକଙ୍କୁ ଗୁରୁ ଗଜନରୁ ସମ୍ପୂର୍ଣ୍ଣ ଖତା ଦେଖା କରାଯାଉଛି। ଶିକ୍ଷକ ଆଜି ଧୈର୍ଯ୍ୟଚ୍ୟୁତ। ଶିକ୍ଷା ପ୍ରଦାନ କରିବା ପାଇଁ ଅଭିଶାପ ପାଲଟି ଯାଇଛି।ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତାର ପ୍ରତିବାଦରେ ଆଜିର ଗୁରୁଦିବସକୁ କଳା ଦିବସ ରୂପେ ପାଳନ କରାଯାଉଛି।ଗୁରୁଦିବସକୁ କଳା ଦିବସ ପାଳିଲେ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ସଂଘର ସଭାପତି ବିଶ୍ୱରଞ୍ଜନ ଦାସଙ୍କ ଆହ୍ୱାନରେ ରାଜ୍ୟରେ ୧୫୮୦ ଶିକ୍ଷାନୁଷ୍ଠାନରେ କଳା ବ୍ୟାଚ୍ ପରିଧାନ କରି ଅଧ୍ୟାପକ କର୍ମଚାରୀ କଳା ଦିବସ ପାଳନ କରୁଛନ୍ତି। ସରକାର ଏଥିନିମନ୍ତେ ଦୃଷ୍ଟି ପ୍ରଦାନ କରି ୨୦୦୮- ୨୦୧୮ ନୂତନ ଶିକ୍ଷା ପ୍ରଣୟନ କଲେ ଶିକ୍ଷା ବ୍ୟବସ୍ଥା ସୁଚାରୁ ରୂପେ ପରିଚାଳିତ ହୋଇପାରିବ। ନଚେତ୍ ଶିକ୍ଷା ବ୍ୟବସ୍ଥାରେ ସୃଷ୍ଟି ହେବାକୁ ଥିବା ସମସ୍ତ ବିଶୃଙ୍ଖଳା ପାଇଁ ସରକାରୀ ଦାୟୀ ହୋଇ ରହିବେ ବୋଲି ସଂଘ ପକ୍ଷରୁ ସଚେତନା ଦିଆଯାଇଛି।

Smart Computer Ad
You might also like
error: Content is protected !!