ବାଲିଗୁଡ଼ା: ୦୫/୦୯: ସୁକାନ୍ତ କୁମାର ତ୍ରିପାଠୀ
ବାଲିଗୁଡ଼ା ସ୍ଥିତ ଶିକ୍ଷାନିକେତନ ସ୍କୁଲ ପରିସରରେ ମହାଆଡ଼ମ୍ବର ଓ ଉତ୍ସାହର ସହ ନନ୍ଦ ଉତ୍ସବ ଓ ଗୁରୁ ଦିବସ ପାଳିତ ହୋଇଯାଇଛି। ଛୋଟ ଛୋଟ ଶିଶୁଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସର ଉତ୍ସବମୁଖର ହୋଇଉଠିଥିଲା।ନନ୍ଦ ଉତ୍ସବ ଅବସରରେ ଛାତ୍ରଛାତ୍ରୀମାନେ ଯଶୋଦା, ନନ୍ଦ ଓ ବାଳକୃଷ୍ଣଙ୍କ ବେଶରେ ସଜ୍ଜିତ ହୋଇଥିଲେ। ନିଷ୍ପାପ ଶିଶୁମାନଙ୍କ ମନୋହର ବେଶଭୂଷା ଓ ଆକର୍ଷଣୀୟ

ପ୍ରଦର୍ଶନ ସମସ୍ତଙ୍କ ମନ ମୋହିଥିଲା। ଉପସ୍ଥିତ ଅଭିଭାବକ ଓ ଦର୍ଶକମାନେ ଶିଶୁ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ଗୁରୁ ଦିବସର ମହତ୍ତ୍ୱ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଜୀବନରେ ଗୁରୁଙ୍କ ଭୂମିକା, ଶିକ୍ଷାଦାନ ସହ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଶିକ୍ଷକଙ୍କ ଅବଦାନ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ସଭାପତି ରାଜକିଶୋର ପାଢ଼ୀ

ଉପସ୍ଥିତ ରହି ଗୁରୁ ଦିବସର ମହତ୍ତ୍ୱ ଓ ଶିଶୁମାନଙ୍କ ଶିକ୍ଷାରେ ଶିକ୍ଷକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ଉପସ୍ଥିତିରେ ସମଗ୍ର କାର୍ଯ୍ୟକ୍ରମ ଆନନ୍ଦମୟ ପରିବେଶରେ ସମ୍ପନ୍ନ ହୋଇଥିଲା।ଶେଷରେ ଛୋଟ ଛୋଟ ଶିଶୁମାନଙ୍କୁ ବିଭିନ୍ନ ପ୍ରକାରର ମିଠା ବଣ୍ଟନ କରାଯାଇଥିଲା। ମିଠା ଖାଇ ଶିଶୁମାନେ ଆନନ୍ଦିତ ହୋଇଥିବା ବେଳେ ଅଭିଭାବକ ଓ
ଶିକ୍ଷକମାନଙ୍କ ମଧ୍ୟରେ ମଧ୍ୟ ଖୁସିର ମାହୋଲ ଦେଖିବାକୁ ମିଳିଥିଲା।
