ଚିକିଟୀ ବ୍ଲକ ଏକମାତ୍ର ବିଦ୍ୟାଳୟ ଭାବେ ମନୋନୀତ, ଶିକ୍ଷା ମହଲରେ ଉତ୍ସାହ

ଚିକିଟୀ,(ଜଗନ୍ନାଥ ନାୟକ):-

ଗଞ୍ଜାମ: ଶିକ୍ଷାରେ ଉନ୍ନତି, ଶୃଙ୍ଖଳାରେ ପ୍ରଗତି ଓ ଶିଶୁଙ୍କ ସ୍ୱପ୍ନକୁ ସଫଳତାର ଶିଖରରେ ପହଞ୍ଚାଇବାର ଅଦମ୍ୟ ପ୍ରୟାସ ଆଜି ଆଣିଛି ଏକ ଗୌରବମୟ ସ୍ୱୀକୃତି। ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ୍ ଅନ୍ତର୍ଗତ ନୂଆପଡ଼ା କୃଷ୍ଣପୁରର ଡଭାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନିମନ୍ତେ ମନୋନୀତ ହୋଇଛି।ସାରା ଓଡ଼ିଶାରୁ ମାତ୍ର ୫୦ଟି ବିଦ୍ୟାଳୟ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିବାବେଳେ, ଚିକିଟୀ ବ୍ଲକର ଏକମାତ୍ର ବିଦ୍ୟାଳୟ ଭାବେ ଡଭାର ବିଦ୍ୟାଳୟର ମନୋନୟନ ଅଞ୍ଚଳବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି, ଶୃଙ୍ଖଳା, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଏବଂ ବିଦ୍ୟାଳୟର ସାମଗ୍ରିକ ପରିବେଶ ଏହି ସଫଳତାର ପଥକୁ ପ୍ରଶସ୍ତ କରିଛି।ମନୋନୟନ ସମୟରେ ଅବସରପ୍ରାପ୍ତ ଦିଗପହଣ୍ଡି ବିଇଓ ଡ. ଶଙ୍କର ନାରାୟଣ ଗୌଡ଼ଙ୍କ ସମେତ ବହୁ ଅତିଥି ଉପସ୍ଥିତ ରହି ବିଦ୍ୟାଳୟର ଏହି ଗୌରବମୟ ସଫଳତାକୁ ପ୍ରଶଂସା କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରେମାଞ୍ଜଳି ଖାଡ଼ଙ୍ଗା, ସିଆରସିସି ତଥା ସହକାରୀ ଶିକ୍ଷକ ଜୁରେଶୁ ସାହୁ, ସହକାରୀ ଶିକ୍ଷକ ନରେନ୍ଦ୍ର ସାହୁ, ବସନ୍ତ ଜାନି, ବିବେକାନନ୍ଦ ସେଠୀ, ରମେଶ ଗୌଡ଼ଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ମିଳିତ ପ୍ରୟାସକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।ଏହି ସଫଳତା ଆଜି କେବଳ ଏକ ପୁରସ୍କାର ପାଇଁ ମନୋନୟନ ନୁହେଁ, ବରଂ “ଆଜିର ପରିଶ୍ରମ, ଆସନ୍ତାକାଲିର ସଫଳତାର” ଏକ ଉଜ୍ଜ୍ୱଳ ଉଦାହରଣ।ପ୍ରତିଭାଶୀଳ ସ୍ୱପ୍ନକୁ ନୂଆ ଡେଣା ଦେବାର ଏହି ପ୍ରୟାସ ଆଗାମୀ ଦିନରେ ବିଦ୍ୟାଳୟକୁ ସଫଳତାର ଆହୁରି ଉଚ୍ଚ ଶିଖରରେ ପହଞ୍ଚାଇବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।ନ୍ଯୂଜନ ର୍ଭଜଗନ୍ନାଥ ନାୟକ

Smart Computer Ad
You might also like
error: Content is protected !!