ରାୟଗଡ଼ା,(କୈଳାସ ମାଳବିଶୋଇ):-
ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବୁଡ଼ୁବାଲି ପଞ୍ଚାୟତ ଅନ୍ତର୍ଗତ ଜାରପା ଅଙ୍ଗନୱାଡି କେନ୍ଦ୍ର ମରାମତି କରଯାଇଥିଲା l ଅଙ୍ଗନୱାଡି କର୍ମୀ ଜ୍ୟୋତି ପ୍ରଟିଙ୍ଗା କେନ୍ଦ୍ରରେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଡା ଆରମ୍ୱ କରିଥିଲେ ସେହି ସମୟରେ ଠିକାଦାର ଶ୍ରୀ ମନୋଜ ମତିଆ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇ ଥିଲେ l ଅଙ୍ଗନୱାଡି କର୍ମୀ ଜ୍ୟୋତି ପ୍ରଟିଙ୍ଗା ଠିକାଦାର ଶ୍ରୀ ମନୋଜ ଙ୍କୁ ତାଲା ପକାଇ ଥିବା ବିଷୟରେ ପଚାରି ବୁଝିଲେ ଠିକାଦାର୍ କହିଛନ୍ତି ମୋର ରିଫେରିଙ୍ଗ କରି ଆଜି ପର୍ଯ୍ୟନ୍ତ ପଇସା ମିଳିନାହିଁ ଏଣୁ ମୁଁ ବାଧ୍ୟହୋଇ ଅଙ୍ଗନୱାଡି କେନ୍ଦ୍ର ତାଲା ପକାଇଛି ବୋଲି କହିଥିଲେ l ଅଙ୍ଗନୱାଡି କର୍ମୀ ଉପରିସ୍ଥଅଧିକାରୀଙ୍କୁ ତାଲା ପକାଇ ଥିବା ଅବଗତ କରାଇ ଥିଲେ କିନ୍ତୁ ଅଙ୍ଗନୱାଡି କେନ୍ଦ୍ର ତାଲା ଖୋଲା ହେଲା ନାହିଁ ଗ୍ରାମ ବାସିଙ୍କୁ ଜଣାଇ ଥିଲେ l ଜlରପା ଗ୍ରାମବାସି ଅଙ୍ଗନୱାଡି କେନ୍ଦ୍ର ତାଲା ପକାଇ ଥିବା ଦେଖିବା ପରେ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଅବଗତ କରାଇ ଥିଲେ ଗଣ ମାଧ୍ୟମ ପ୍ରତିନିଧି ଠିକାଦାର ମନୋଜ ଙ୍କୁ ଫୋନ ଯୋଗାଯୋଗ କରିବା ରୁ ସେ କହିଥିଲେ ମୁଁ ରିଫେର କାମ କରିଥିଲି କିନ୍ତୁ ପଇସା ମିଳିନାହିଁ ଏଣୁ ମୁଁ ତାଲା ପକାଇଛି ବୋଲି କହିଛନ୍ତି l ଅଙ୍ଗନୱାଡି କେନ୍ଦ୍ର ତାଲା ପକାଇ ଥିବା ଖବର ପାଇ ବ୍ଲକ କନିଷ୍ଟ ଯନ୍ତ୍ରୀ ଶ୍ରୀ ଅରୁଣ ସାହୁ ଙ୍କୁ ଫୋନ ଯୋଗାଯୋଗ କରିବା ରୁ ଯନ୍ତ୍ରୀ କହିଛନ୍ତି କାମ ସରିବା ପରେ ମୁଁ ବିଲ କରିଦେଇଛି କିନ୍ତୁ କଣ ପାଇଁ ତାଲା ପକାଇ ଛନ୍ତି ମୁଁ ଜାଣିନାହିଁ ବୋଲି କହିଛନ୍ତି l ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ସୋମ୍ୟକାନ୍ତ ବାଙ୍ଗୋଲ ଙ୍କୁ ଫୋନ ଯୋଗାଯୋଗ କରିବାରୁ ମୁଁ ତାଲା ଖୋଲିବା ନିମନ୍ତେ କହୁଛି ବୋଲି କହିଲେ କିନ୍ତୁ ଦୁଇ ଦିନ ହେଲାଣି ଅଙ୍ଗନୱାଡି କେନ୍ଦ୍ର ତାଲା ଖୋଲିଲା ନାହିଁ ତେବେ କେଉ କାରଣରୁ ଓ କାହିଁକି ତାଲା ଖୋଲୁ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l ଦେଖା ଯାଉ ଜାରପା ଅଙ୍ଗନୱାଡି କେନ୍ଦ୍ର ତାଲା କେବେ ଖୋଲା ହେବ l
