ନିଶାମୁକ୍ତ ରାଜଧାନୀ ପାଇଁ ପାନ ଦୋକାନରେ ଜୋରଦାର ଯାଞ୍ଚ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଭୁବନେଶ୍ୱରରେ ନିଶା କାରବାର ଉପରେ ବଡ଼ ଆକ୍ସନ । ନିଶାମୁକ୍ତ ଅଭିଯାନକୁ ଆହୁରି ଜୋରଦାର କରିଛି କମିସନରେଟ୍ ପୁଲିସ । ରାଜଧାନୀର ଟଙ୍କପାଣି ରୋଡ୍‌ରେ ଥିବା ବିଭିନ୍ନ ପାନ ମସଲା ଓ ଷ୍ଟେସନାରୀ ଦୋକାନରେ ଚାଲିଛି ଜୋରଦାର ଯାଞ୍ଚ । କମିସନରେଟ୍ ପୁଲିସର ସ୍ପେସାଲ କ୍ରାଇମ ୟୁନିଟ୍ ପକ୍ଷରୁ ଏହି ରେଡ୍ କରାଯାଉଛି ।ବିଶେଷ କରି ପାନ ଦୋକାନ ଓ ଷ୍ଟେସନାରୀ ଦୋକାନ ଆଢୁଆଳରେ କୌଣସି ଚୋରା ନିଶା ଦ୍ରବ୍ୟ ବିକ୍ରି ହେଉଛି କି ନାହିଁ, ତାହାକୁ ନେଇ ଛାନଭିନ୍ କରୁଛି ସ୍ପେସାଲ କ୍ରାଇମ ୟୁନିଟ୍ । ଦୋକାନରେ ଥିବା ବିଭିନ୍ନ ସାମଗ୍ରୀକୁ ଯାଞ୍ଚ କରିବା ସହ ନିଶା ଦ୍ରବ୍ୟ କାରବାର ସମ୍ପର୍କରେ ଖୋଳତାଡ଼ କରାଯାଉଛି ।

Smart Computer Ad
You might also like
error: Content is protected !!