ଚନ୍ଦ୍ରପୁର | ୩୧/୮/୨୬ (କୈଳାସ ମାଳବିଶୋଇ):
ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସରକାରୀ ଗୋଦାବରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆ ଠାରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ ଶବର ଙ୍କ ନେତୃତ୍ବରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୟୀନ କିମ୍ୱାକା ଯୋଗଦେଇ ଥିଲେ l ସମ୍ନାନୀୟ ଅତିଥି ଭାବେ ଚନ୍ଦ୍ରପୁର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ସୋମ୍ୟକାନ୍ତ ବାଙ୍ଗୋଲୋ, ସିଡ଼ିପିଓ ଶ୍ରୀମତି ଗୀତାରାଣୀ ସାହୁ , ସରକାରୀଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରିନ୍ସିପାଲ ଶ୍ରୀ କେଶବ ବେହେରା ମଣ୍ଡଳ, ସମାଜ ସେବା କର୍ମି କୈଳାସ ମlଳବିଶୋଇ, ହାଡ଼ିପା ଗୌଡ, ବିଜୟ ପ୍ରସାଦ ଉଲ୍ଲାକା ଯୋଗଦେଇ ମୁଖ୍ୟ ଅତିଥି ଓ ସମ୍ନାନିୟ ଅତିଥି ମାନଙ୍କ ଦ୍ୱାରା ପତାକା ଉତ୍ତୋଳନ କରି କ୍ରୀଡା ପ୍ରତିଯୋଗିତା ଶୁଭାରମ୍ବ କରି ଥିଲେ ଏଥିରେ ଚନ୍ଦ୍ରପୁର ବ୍ଲକ ଆଠ ଗୋଟି ପଞ୍ଚାୟତ ୪ ଟି ଜୋନ୍ ର ଚନ୍ଦ୍ରପୁର, ହନମନ୍ତପୂର୍, ରାଇବିଜୀ, ଟୁରିଗୁଡ଼ା, ପ୍ରାୟ ୧୫୦ ରୁ ଊର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ l

ଏଥିରେ ଚନ୍ଦ୍ରପୁର ୪ ଟି ଜୁନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଜୁନ ଲେବଲରେ ଖେଳ ପ୍ରତଯୋଗିତା ହୋଇଥିଲା ସେଥିରେ ଯେଉଁ ଛାତ୍ର ଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେହି ଛାତ୍ର ଛାତ୍ରୀ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ରେ ଅଙ୍ଗଶ ଗ୍ରହଣ କରି କବାଡି, ଖଖୋ, ହାଇଯାମ୍ପ, ଲଙ୍ଗଜମ୍ପ, ୧୦୦ ମିଟର ଦୋଡ ଓ ବିଭିନ୍ନ ପ୍ରକାର ଖେଳ ପ୍ରିଯୋଗିତା ଗ୍ରହଣ କରିଥିଲେ ଏବଂ ଯେଉଁ ଛାତ୍ର ଛାତ୍ରୀ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେହି ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ରେ ଅଙ୍ଗଶ ଗ୍ରହଣ କରିବେ ବୋଲି ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ ଶବର କହିଛନ୍ତି l ଏଥିରେ ଚନ୍ଦ୍ରପୁର ବ୍ଲକ ଆଠ ଗୋଟି ପଞ୍ଚାୟତ ୪ ଟି ଜୋନ୍ ର ସିଆରଶିଶି ରଜନୀ କାନ୍ତ ବଳିୟାରସିଂ, ରାଜେନ୍ଦ୍ର ବେହେରା, ପ୍ରଦିପ କୁମାର ବାଉରୀ, ଜୟରାମ କରକରୀୟା, ଅଶୋକ ଘଡ଼େଇ, ଦିନବନ୍ଧୁ ବେହେରା, ରତ୍ନାକର ବାତ୍,ପ୍ରଦୀପ କୁମାର ସିଂହ ଯୋଗଦେଇ ଥିଲେ l
