ଆଦିବାସୀ ମହାବିଦ୍ୟାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ :୨୦୨୮ ସୁବର୍ଣ୍ଣ ଜୟନ୍ତୀ ପାଇଁ ଆଜିଠୁ ସୁବର୍ଣ୍ଣ ସଂକଳ୍ପ

ବାଲିଗୁଡ଼ା, ତା. ୩୦/୦୮ : ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ଆଦିବାସୀ ମହାବିଦ୍ୟାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ ଶନିବାର ମହାବିଦ୍ୟାଳୟ ପରିସରରେ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ୍ ଭୋସଲେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ଓ ଧୂପ ପ୍ରଦାନ କରି ଉତ୍ସବର ଶୁଭ ଉଦ୍‌ଘାଟନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ଭୋସଲେ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳ ଓ ଉତ୍ତମ ମଣିଷ ହେବା ପାଇଁ ଅଧ୍ୟବସାୟ, ଶୃଙ୍ଖଳା ଓ ନିଷ୍ଠା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ଶୃଙ୍ଖଳିତ ଜୀବନ ହିଁ ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ନେଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ।ମୁଖ୍ୟବକ୍ତା ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଯୋଗଦେଇ

ଆଦିବାସୀ ମହାବିଦ୍ୟାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ :୨୦୨୮ ସୁବର୍ଣ୍ଣ ଜୟନ୍ତୀ ପାଇଁ ଆଜିଠୁ ସୁବର୍ଣ୍ଣ ସଂକଳ୍ପ

ଯୌବନ କାଳର ମହନୀୟତା ଓ ଏହି ସମୟର ସୁଯୋଗକୁ ସଠିକ୍ ଭାବେ ଉପଯୋଗ କରିବା ନେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବାଣିଜ୍ୟ ପ୍ରାଧ୍ୟାପକ ସୁରେଶ କୁମାର ଦାସ ଯୋଗଦେଇ ମହାବିଦ୍ୟାଳୟର ଅତୀତ ଗୌରବ ଓ ବିଭିନ୍ନ ସ୍ମୃତିକୁ ଉପସ୍ଥାପନ କରିଥିଲେ।ଉତ୍ସବରେ ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ଯୋଗଦେଇ ୧୯୭୯ ମସିହା ଅଗଷ୍ଟ ୩୦ ତାରିଖରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନର ୪୮ତମ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ଆଗାମୀ ୨୦୨୮ ମସିହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଆଜିଠାରୁ ଏକ ସୁବର୍ଣ୍ଣ ସଂକଳ୍ପ ଫର୍ଦ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ଘୋଷଣା କରିଥିଲେ।ଅଧ୍ୟାପକ ଡ. ସୁଶାନ୍ତ କୁମାର ଦାସ ମହାବିଦ୍ୟାଳୟର ଇତିହାସ, ଶିକ୍ଷା ଓ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ତେଜେଶ୍ୱର ନାୟକ ସ୍ୱାଗତ

ଆଦିବାସୀ ମହାବିଦ୍ୟାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ :୨୦୨୮ ସୁବର୍ଣ୍ଣ ଜୟନ୍ତୀ ପାଇଁ ଆଜିଠୁ ସୁବର୍ଣ୍ଣ ସଂକଳ୍ପ

ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ନୀଳାଚଳ ମହାରଣା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ଅଧ୍ୟାପିକା ଅରୁନ୍ଧତୀ ପ୍ରଧାନଙ୍କ ନିର୍ଦ୍ଦେଶନାରେ ମହାବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତା ଓ ଷ୍ଟାର୍ଟଅପ୍ ଇନୋଭେସନ୍ ପ୍ରତିଯୋଗିତାର ବିଜୟୀ ଏବଂ ଅଂଶଗ୍ରହଣକାରୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଶେଷରେ ଅଧ୍ୟାପକ ହିମାଂଶୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବକୁ ନେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ର ଓ ଅଧ୍ୟାପକ-ଅଧ୍ୟାପିକାଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।

Smart Computer Ad
You might also like
error: Content is protected !!