ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରେ ‘ବିପଦର ବନ୍ଧୁ’ ପକ୍ଷରୁ ମାଗଣା ଖାଦ୍ୟ ବଣ୍ଟନ

ବାଲିଗୁଡ଼ା, ୩୦/୦୮: ସୁକାନ୍ତ କୁମାର ତ୍ରିପାଠୀ

ମାନବିକତା ଓ ସେବାର ଏକ ନିଆରା ପ୍ରୟାସ ଭାବେ ‘ବିପଦର ବନ୍ଧୁ’ ବାଲିଗୁଡ଼ା ତରଫରୁ ପ୍ରତି ମାସର ଶେଷ ରବିବାର ବାଲିଗୁଡ଼ା ବସ୍‌ଷ୍ଟାଣ୍ଡଠାରେ ଯାତ୍ରୀ ଓ ଅସହାୟ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଉଛି।ପ୍ରତି ମାସର ଶେଷ ରବିବାର ରାତି ୭ଟା ୩୦ ମିନିଟ୍‌ ସମୟରେ ଏହି ସେବା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଦୂରଦୂରାନ୍ତରୁ ବସ୍‌ ଯୋଗେ ଆସୁଥିବା ଯାତ୍ରୀ, ଅପେକ୍ଷାରତ ଲୋକ ଏବଂ

ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରେ ‘ବିପଦର ବନ୍ଧୁ’ ପକ୍ଷରୁ ମାଗଣା ଖାଦ୍ୟ ବଣ୍ଟନ
ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରେ ‘ବିପଦର ବନ୍ଧୁ’ ପକ୍ଷରୁ ମାଗଣା ଖାଦ୍ୟ ବଣ୍ଟନ
ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରେ ‘ବିପଦର ବନ୍ଧୁ’ ପକ୍ଷରୁ ମାଗଣା ଖାଦ୍ୟ ବଣ୍ଟନ

ଆବଶ୍ୟକତା ଥିବା ବ୍ୟକ୍ତିମାନେ ଏହି ନିଃଶୁଳ୍କ ଖାଦ୍ୟ ସେବାର ସୁଯୋଗ ପାଇପାରୁଛନ୍ତି।‘ଭୋକିଲା ମୁହଁରେ ହସ ଫୁଟାଇବା ହିଁ ପ୍ରକୃତ ସେବା’ ଏହି ମହତ୍ ଉଦ୍ଦେଶ୍ୟକୁ ନେଇ ‘ବିପଦର ବନ୍ଧୁ’ର ଏଭଳି ପ୍ରୟାସ ସାଧାରଣରେ ପ୍ରଶଂସା ପାଇଛି। ସେବା ଓ ସହଯୋଗର ଏହି ଧାରାକୁ ଆଗକୁ ନେବା ପାଇଁ ସମସ୍ତଙ୍କ ସହଯୋଗ ଓ ସମର୍ଥନ ଆବଶ୍ୟକ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

Smart Computer Ad
You might also like
error: Content is protected !!