ବାଲିଗୁଡା : 30/08 : ସୁକାନ୍ତ କୁମାର ତ୍ରିପାଠୀ
ବାଲିଗୁଡ଼ା, ୩୦/୦୮: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସ୍ଷ୍ଟାଣ୍ଡ ପରିସରରେ ରବିବାର ଏକ ଗାଈ ଏକ ବାଛୁରୀ ଜନ୍ମ ଦେଇଥିବା ଦୃଶ୍ୟ ସ୍ଥାନୀୟ ଲୋକଙ୍କ ନଜରକୁ ଆସିଛି। ବର୍ଷାଭିଜା ପରିବେଶରେ ବସ୍ଷ୍ଟାଣ୍ଡ ନିକଟସ୍ଥ ଏକ ଦୋକାନ ସମ୍ମୁଖରେ ଗାଈଟି ପ୍ରସବ କରିଥିବା ଦେଖାଯାଇଥିଲା।ତେବେ ଗାଈଟି କାହାର ଏବଂ ଏହାର ମାଲିକ କିଏ, ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଗାଈ ଓ ନବଜାତ ବାଛୁରୀଟି ଖୋଲା ସ୍ଥାନରେ ଥିବାରୁ ସେମାନଙ୍କ ସୁରକ୍ଷାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।ଗାଈଟିର ମାଲିକ ଯଦି କେହି ଜାଣିଥାନ୍ତି କିମ୍ବା ମାଲିକଙ୍କ ସମ୍ପର୍କରେ କୌଣସି ସୂଚନା ଥାଏ, ତେବେ ଗାଈ ଓ ବାଛୁରୀଟିକୁ ସୁରକ୍ଷିତ ଭାବେ ନେଇଯିବା ପାଇଁ ଆଗକୁ ଆସିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି।
