ପ୍ରଶାନ୍ତ ପାଢ଼ୀଙ୍କୁ ଚିକିଟି ବ୍ଲକ ବିଜେଡି ଉପସଭାପତି ଦାୟିତ୍ୱ, ଅଞ୍ଚଳରେ ଖୁସିର ଲହରି

ଚିକିଟି l ଗଞ୍ଜାମ l ଜଗନ୍ନାଥ ନାୟକ ll ଚିକିଟି ବ୍ଲକ ବିଜୁ ଜନତା ଦଳ (ବିଜେଡି)ର ଉପସଭାପତି ଭାବେ ପ୍ରଶାନ୍ତ ପାଢ଼ୀଙ୍କୁ ମନୋନୀତ କରାଯାଇଛି। ତାଙ୍କୁ ଏହି ନୂତନ ଦାୟିତ୍ୱ ମିଳିବା ପରେ ଚାନ୍ଦପୁରୁ, ନୂଆପଡ଼ା ଓ ଲାଲମେଣ୍ଟା ଅଞ୍ଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି।ପ୍ରଶାନ୍ତ ପାଢ଼ୀ ଜଣେ ମେଳାପୀ, ପରୋପକାରୀ ଓ ଜନସେବାପ୍ରତି ଆଗ୍ରହୀ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ। ସେ ସୁଖଦୁଃଖରେ ଲୋକଙ୍କ ପାଖରେ ଠିଆ ହେବା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇ ଆସୁଛନ୍ତି। ତାଙ୍କର ଏହି ଜନସେବାମୂଳକ କାର୍ଯ୍ୟ ତାଙ୍କୁ ଅଞ୍ଚଳବାସୀଙ୍କ ନିକଟରେ ପରିଚିତ କରାଇଛି।ତାଙ୍କର ଏହି ନିଯୁକ୍ତିକୁ ଅଞ୍ଚଳବାସୀ ସ୍ୱାଗତ କରିବା ସହ ଆନନ୍ଦ ପ୍ରକାଶ କରିଛନ୍ତି। ନୂତନ ଦାୟିତ୍ୱ ମାଧ୍ୟମରେ ଚିକିଟି ବ୍ଲକରେ ବିଜେଡି ସଂଗଠନ ଅଧିକ ସୁଦୃଢ଼ ହେବା ସହ ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ଅଞ୍ଚଳର ବିକାଶ ଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।

ଵିଜ୍ଞାପନ

Smart Computer Ad
You might also like
error: Content is protected !!