ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ନୂତନ ପଦାଧିକାରୀ ନିଯୁକ୍ତି

ବାଲିଗୁଡା: ୨୬/୧୦ : ସୁକାନ୍ତ କୁମାର ତ୍ରିପାଠୀ ବିଜୁ ଜନତା ଦଳ (ବିଜେଡି) ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’, ଭୁବନେଶ୍ୱର ପକ୍ଷରୁ ଏକ ଅଫିସ୍ ଅର୍ଡର ଜରିଆରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକ ଏବଂ ନଗର ପାଇଁ ନୂତନ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ନିର୍ଦ୍ଦେଶନାମା ୨୩/୧୦/୨୦୨୬ ତାରିଖରେ ଜାରି କରାଯାଇଥିବାବେଳେ ଏହା ତତକ୍ଷଣାତ୍ ପ୍ରଭାବରୁ କାର୍ଯ୍ୟକାରୀ ହେବ ବୋଲି ସ୍ପଷ୍ଟ କରାଯାଇଛି। ନିଯୁକ୍ତି ପାଇଥିବା ନେତାମାନଙ୍କ ତାଲିକା ନିମ୍ନମତେ ରହିଛି:କୋଟଗଡ଼ ବ୍ଲକ: ଶ୍ରୀ ଷ୍ଟିଫେନ୍ ପ୍ରଧାନ ସଭାପତି ଏବଂ ଶ୍ରୀ ସରୋଜ ବାଲିଆସିଂ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ତୁମୁଡିବନ୍ଧ ବ୍ଲକ: ଶ୍ରୀ କୁନା ଡାଣ୍ଡସେନା ସଭାପତି ଏବଂ ଶ୍ରୀ ଜାହାନ ବାରିକ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବାଲିଗୁଡ଼ା

ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ନୂତନ ପଦାଧିକାରୀ ନିଯୁକ୍ତି

ବ୍ଲକ: ଶ୍ରୀ କ୍ଲେଶ ପ୍ରଧାନ ସଭାପତି ଏବଂ ଶ୍ରୀ କବିରାଜ ରଣା କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ ହୋଇଛନ୍ତି। କ. ନୂଆଗାଁ ବ୍ଲକ: ଶ୍ରୀ ମଦନ ମୋହନ ପ୍ରଧାନ ସଭାପତି ଏବଂ ଶ୍ରୀ ମହାଦେବ ପ୍ରଧାନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ପାଇଛନ୍ତି। ବାଲିଗୁଡ଼ା ଏନ୍.ଏ.ସି. (NAC): ଶ୍ରୀ ଅମିତ କୁମାର ନାୟକ ସଭାପତି ଏବଂ ଶ୍ରୀ ମାନସ କୁମାର ଅମାତା କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି। ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳର ବରିଷ୍ଠ ଉପ-ସଭାପତି (ମୁଖ୍ୟ କାର୍ଯ୍ୟାଳୟ) ଦେବୀପ୍ରସାଦ ମିଶ୍ର ଏହି ବିଜ୍ଞପ୍ତିରେ ସ୍ୱାକ୍ଷର କରିଛନ୍ତି। ଏହି ନୂତନ ନିଯୁକ୍ତି ଦ୍ୱାରା ଅଞ୍ଚଳରେ ଦଳୀୟ ସଂଗଠନ ଅଧିକ ମଜଭୁତ ହେବ ବୋଲି ଆଶା କରାଯାଉଛି।

Smart Computer Ad
You might also like
error: Content is protected !!