ଦିଗପହଣ୍ଡି, ଗଞ୍ଜାମ | ଜଗନ୍ନାଥ ନାୟକ ll ଦିଗପହଣ୍ଡି ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ଅବସରରେ ଆୟୋଜିତ ମେଲୋଡି କାର୍ଯ୍ୟକ୍ରମରେ ସଙ୍ଗୀତର ମାହୋଲରେ ଝୁମିଲେ ଦର୍ଶକ। ଏହି ଅବସରରେ ଓଡ଼ିଶାର ବୁଲ୍ବୁଲ୍ ଭାବେ ପରିଚିତ କଣ୍ଠଶିଳ୍ପୀ ଈରା ମହାନ୍ତିଙ୍କ ମେଲୋଡି କାର୍ଯ୍ୟକ୍ରମ ରାତିରେ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ମେଲୋଡି ମଞ୍ଚକୁ ଉଦ୍ଘାଟନ କରିଥିଲେ। ଏହି ସମୟରେ ସେ ନିଜେ ମଞ୍ଚ ଉପରେ ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲେ। ତାଙ୍କର ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିଥିଲା।ଏହି ଉତ୍ସବରେ ବହୁ ଅତିଥି, ଆୟୋଜକ କମିଟିର ସଦସ୍ୟ ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହିଥିଲେ। ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରାକୁ କେନ୍ଦ୍ର କରି ଅଞ୍ଚଳରେ ଭକ୍ତିମୟ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
