ବାଲିଗୁଡ଼ାରେ ୨୧ କିଲୋ ୧୦୦ ଗ୍ରାମ ଗଞ୍ଜେଇ ସହ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ବାଲିଗୁଡ଼ା, ୨୧/୦୮: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୁଲିସ ଏନ୍‌ଏଚ୍‌-୫୯ ନିକଟ ଗୋଇବନ୍ଧା ବ୍ରିଜ୍‌ ନିକଟରେ ଚଢ଼ାଉ କରି ୨୧ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଓ ୬.୭ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।ପୁଲିସ ସୂଚନା ଅନୁଯାୟୀ, ୨୧ ତାରିଖରେ ବିଶ୍ୱସନୀୟ ସୂଚନା ପାଇ ବାଲିଗୁଡ଼ା ଥାନା ପୁଲିସ ଗୋଇବନ୍ଧା ବ୍ରିଜ୍‌ ନିକଟ ଏନ୍‌ଏଚ୍‌-୫୯ ରାସ୍ତା ପାର୍ଶ୍ୱରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୨୧ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ୬.୭ ଗ୍ରାମ ବ୍ରାଉନ୍‌ସୁଗାର ଜବତ ହୋଇଥିଲା। ଏଥିରେ ୬ ଗ୍ରାମ ବ୍ରାଉନ୍‌ସୁଗାର ଓ ୦.୭ ଗ୍ରାମ ଜିପ୍‌-ଲକ୍‌ ପ୍ଲାଷ୍ଟିକ୍‌

ବାଲିଗୁଡ଼ାରେ ୨୧ କିଲୋ ୧୦୦ ଗ୍ରାମ ଗଞ୍ଜେଇ ସହ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ବାଲିଗୁଡ଼ାରେ ୨୧ କିଲୋ ୧୦୦ ଗ୍ରାମ ଗଞ୍ଜେଇ ସହ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫବାଲିଗୁଡ଼ାରେ ୨୧ କିଲୋ ୧୦୦ ଗ୍ରାମ ଗଞ୍ଜେଇ ସହ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫବାଲିଗୁଡ଼ାରେ ୨୧ କିଲୋ ୧୦୦ ଗ୍ରାମ ଗଞ୍ଜେଇ ସହ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

YouTube video

ପାଉଚ୍‌ ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି।ଏହି ମାମଲାରେ ବାଲିଗୁଡ଼ା ଥାନା ଅଧୀନ କାଟାରିସାହି ଗ୍ରାମର ସ୍ୱର୍ଗତ ପ୍ରସନ୍ନ କର୍ଜିଙ୍କ ପୁଅ ରାଧେଶ୍ୟାମ କର୍ଜି (୨୭)ଙ୍କୁ ପୁଲିସ ଗିରଫ କରିଛି।ଘଟଣାକୁ ନେଇ ବାଲିଗୁଡ଼ା ଥାନାରେ ଏନ୍‌ଡିପିଏସ୍‌ ଆଇନର ଧାରା ୨୦(ବି)(ii)(C)/୨୧(ବି) ଅନୁଯାୟୀ କେସ୍‌ ନମ୍ବର ୨୧୫, ତାରିଖ ୨୧/୦୮/୨୦୨୬ରେ ମାମଲା ରୁଜୁ ହୋଇଛି। ଜବତ ନିଶାଦ୍ରବ୍ୟକୁ ନିୟମାନୁଯାୟୀ ପୁଲିସ ହେପାଜତରେ ନିଆଯାଇଛି।ଜବତ ନିଶାଦ୍ରବ୍ୟର ଉତ୍ସ, ଏହାର ଗନ୍ତବ୍ୟସ୍ଥଳ ଏବଂ ବେଆଇନ ନିଶା କାରବାରରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Smart Computer Ad
You might also like
error: Content is protected !!