ବାଲିଗୁଡ଼ା, ୨୨/୦୮: ସୁକାନ୍ତ କୁମାର ତ୍ରିପାଠୀ
ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ ‘ନୂତନ ଭବିଷ୍ୟତ ନିର୍ମାଣର ସୂତ୍ରଧର’ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ-୨୦୨୬ ଆୟୋଜିତ ହୋଇଥିଲା।ଚାରି ଦିନ ଧରି ଚାଲିଥିବା ଏହି ଫଟୋ ଉତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଫଟୋଗ୍ରାଫରମାନେ ଯୋଗଦେଇ ନିଜର ଆକର୍ଷଣୀୟ ଫଟୋ ପ୍ରଦର୍ଶନ କରିଥିଲେ। ଏଥିରେ କନ୍ଧମାଳ

ଜିଲ୍ଲା ବାଲିଗୁଡ଼ାର ଉଦୀୟମାନ ଫଟୋଗ୍ରାଫର ବୁଲୁ ଅଂଶଗ୍ରହଣ କରି ନିଜ କ୍ୟାମେରା ଲେନ୍ସରେ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଉତ୍ତୋଳନ କରିଥିବା ଫଟୋ ପ୍ରଦର୍ଶନ କରିଥିଲେ।ଭୁବନେଶ୍ୱରରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତା ଅବସରରେ କଟକ ବାରବାଟୀ ବିଧାୟିକା ସୋଫିଆ

ମାମଙ୍କ ସହ ବୁଲୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ଫଟୋଗୁଡ଼ିକ ପ୍ରଦର୍ଶନୀରେ ସ୍ଥାନ ପାଇବା ସହ ଅତିଥିମାନଙ୍କ ଠାରୁ ସେ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ।ସମଗ୍ର କନ୍ଧମାଳ ଜିଲ୍ଲାରୁ ଦ୍ୱିତୀୟ ଥର ପାଇଁ ବୁଲୁ ଏକମାତ୍ର ସମ୍ମାନିତ ଫଟୋଗ୍ରାଫର ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସୂଚନାଯୋଗ୍ୟ,

ଏହା ପୂର୍ବରୁ ଚତୁର୍ଥ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ମଧ୍ୟ ବୁଲୁ ସମ୍ମାନିତ ହୋଇଥିଲେ।qଏଥିସହ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଉପଜିଲ୍ଲାପାଳଙ୍କ ପକ୍ଷରୁ ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମର ସଠିକ୍ ଓ ସୁନ୍ଦର ଫଟୋ ଉତ୍ତୋଳନ ପାଇଁ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି। ବୁଲୁଙ୍କ ଏହି ସଫଳତା ପାଇଁ

ବାଲିଗୁଡ଼ା ସମେତ ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
