ଲିଭିଙ୍ଗ ଷ୍ଟୋନ ମିନିଷ୍ଟ୍ରିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବାଲିଗୁଡା , ୧୬/୦୮: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତରେ ଅବସ୍ଥିତ ଲିଭିଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଆନନ୍ଦର ସହ ଗତକାଲି ପାଳିତ ହୋଇଯାଇଛି।ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନର ସଭାପତି ଆମୋସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ଦେଶପ୍ରେମ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ମାଧ୍ୟମରେ ଅବଗତ କରାଇଥିଲେ।ସ୍ୱାଧୀନତା ଦିବସ ଅବସରରେ ଅନୁଷ୍ଠାନର ଅନାଥ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁସ୍ତକ, ଖାତା, କଲମ ସମେତ ବିଭିନ୍ନ ପ୍ରକାର ମିଠା, ଚକୋଲେଟ୍ ଓ ଫଳ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଯୋଗୁଁ ଛାତ୍ରଛାତ୍ରୀମାନେ ବେଶ୍ ଆନନ୍ଦିତ ହୋଇ ଉପସ୍ଥିତ ଅତିଥି ଓ ଅନୁଷ୍ଠାନର କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନୁଷ୍ଠାନର ମୁଖ୍ୟ ବିକ୍ରମ ଦିଗାଲଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଆୟୋଜିତ ହୋଇଥିବା ବେଳେ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଲିଭିଙ୍ଗ ଷ୍ଟୋନ ମିନିଷ୍ଟ୍ରିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ
ଲିଭିଙ୍ଗ ଷ୍ଟୋନ ମିନିଷ୍ଟ୍ରିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ
ଲିଭିଙ୍ଗ ଷ୍ଟୋନ ମିନିଷ୍ଟ୍ରିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ
Smart Computer Ad
You might also like
error: Content is protected !!