ମିଗୁନପଦରରେ ବିଏସଏଫ୍ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ

ବାଲିଗୁଡ଼ା, ୧୪/୦୮: ସୁକାନ୍ତ କୁମାର ତ୍ରିପାଠୀ

ସ୍ୱାଧୀନତା ଦିବସ-୨୦୨୬ ଅବସରରେ ‘ବନ୍ଦେ ମାତରମ୍’ ଓ ‘ହର ଘର ତ୍ରିରଙ୍ଗା’ ବିଷୟବସ୍ତୁକୁ ନେଇ ୧୩୬ ବାଟାଲିୟନ୍ ବିଏସଏଫ୍‌ର ‘ବି’ କମ୍ପାନୀ, ମିଗୁନପଦର ସିଓବି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।୧୪ ଅଗଷ୍ଟରେ ସକାଳ ୧୦ଟା ୩୦ରୁ ଅପରାହ୍ନ ୨ଟା ୪୫ ପର୍ଯ୍ୟନ୍ତ ମିଗୁନପଦର ମାଧ୍ୟମିକ ବିଦ୍ୟାଳୟ ଓ ସୋଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସୀମା ସୁରକ୍ଷା ବାହିନୀର କାର୍ଯ୍ୟ ଓ ଭୂମିକା ସମ୍ପର୍କିତ ଏକ ସଂକ୍ଷିପ୍ତ ଭିଡିଓ ପ୍ରଦର୍ଶିତ କରାଯାଇଥିଲା।ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବିଏସଏଫ୍ ଯବାନମାନେ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଓ ଦେଶାତ୍ମବୋଧକ ସଙ୍ଗୀତ ‘ବନ୍ଦେ ମାତରମ୍’ ଗାନ କରିଥିଲେ। ଏଥିସହ

ମିଗୁନପଦରରେ ବିଏସଏଫ୍ ପକ୍ଷରୁ ସ୍ୱାଧୀନତା ଦିବସ ପାଳନମିଗୁନପଦରରେ ବିଏସଏଫ୍ ପକ୍ଷରୁ ସ୍ୱାଧୀନତା ଦିବସ ପାଳନମିଗୁନପଦରରେ ବିଏସଏଫ୍ ପକ୍ଷରୁ ସ୍ୱାଧୀନତା ଦିବସ ପାଳନମିଗୁନପଦରରେ ବିଏସଏଫ୍ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା।ମିଗୁନପଦର ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଧୀର ବେହେରାଙ୍କ ସମେତ ୫ ଜଣ କର୍ମଚାରୀ ଓ ୨୮ ଜଣ ଛାତ୍ରଛାତ୍ରୀ ଏବଂ ସୋଲପଡ଼ା ପ୍ରାଥମିକ ବିଦ୍ୟାଳୟର ବିଟ୍ଟୁ ମଲିକଙ୍କ ସମେତ ୫ ଜଣ କର୍ମଚାରୀ ଓ ୨୬ ଜଣ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ।ବିଏସଏଫ୍ ପକ୍ଷରୁ ଏସି ନିର୍ମଳ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ୨ ଜଣ ଏସଓ ଓ ଅନ୍ୟ ୧୬ ଜଣ ଯବାନଙ୍କ ସମେତ ମୋଟ ୧୯ ଜଣ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ ଓ ଜାତୀୟତାବୋଧ ସୃଷ୍ଟି କରିବା ସହ ‘ହର ଘର ତ୍ରିରଙ୍ଗା’ ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ କରାଯାଇଥିଲା।

Smart Computer Ad
You might also like
error: Content is protected !!