ବାଲିଗୁଡ଼ା, ୧୩/୮: ସୁକାନ୍ତ କୁମାର ତ୍ରିପାଠୀ
ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ବାଲିଗୁଡ଼ାରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶଭକ୍ତିର ପରିବେଶରେ ଅନୁଷ୍ଠିତ ହୋଇଛି।ବାଲିଗୁଡ଼ା ଏନ୍ଏସି କାର୍ଯ୍ୟାଳୟ ପରିସରରୁ ତ୍ରିରଙ୍ଗା ପତାକା ଧରି ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାଟି ବାଲିଗୁଡ଼ା ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ଏନ୍ଏସି କାର୍ଯ୍ୟାଳୟକୁ ଫେରିଥିଲା।ଏହି ଶୋଭାଯାତ୍ରାରେ ଏନ୍ଏସିର




କର୍ମଚାରୀଙ୍କ ସମେତ ବହୁ ସଂଖ୍ୟକ ଜନସାଧାରଣ ସାମିଲ ହୋଇ ଦେଶପ୍ରେମର ଭାବନା ପ୍ରକାଶ କରିଥିଲେ। ହାତରେ ତ୍ରିରଙ୍ଗା ପତାକା ଧରି ଅଂଶଗ୍ରହଣକାରୀମାନେ ଶୋଭାଯାତ୍ରାରେ ଯୋଗଦେଇଥିବାରୁ ସମଗ୍ର ଅଞ୍ଚଳ ଦେଶଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା।
