ବାଲିଗୁଡ଼ା, ୧୩/୦୮: ସୁକାନ୍ତ କୁମାର ତ୍ରିପାଠୀ
ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତସ୍ଥିତ ଲିଭିଙ୍ଗ ଷ୍ଟୋନ ମିନିଷ୍ଟ୍ରି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ମହାଆଡ଼ମ୍ବରରେ ପାଳିତ ହୋଇଛି।ଅନୁଷ୍ଠାନର ମୁଖ୍ୟ ବିକ୍ରମ ଦିଗାଲଙ୍କ ତତ୍ତ୍ୱାବଧାନରେ ସମସ୍ତ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ପତାକା ଧରି ଅନୁଷ୍ଠାନ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରାଟି ବାରଖମା ମୁଖ୍ୟ ବଜାର ଦେଇ ବିଭିନ୍ନ ସାହି ପରିକ୍ରମା କରିଥିଲା।ଏହି ଅବସରରେ ଅନୁଷ୍ଠାନର କର୍ମକର୍ତ୍ତା ଓ



ଛାତ୍ରଛାତ୍ରୀମାନେ ତ୍ରିରଙ୍ଗା ପତାକା ଧରି ‘ହର ଘର ତ୍ରିରଙ୍ଗା’ ନାରା ଦେଇଥିଲେ। ଫଳରେ ସମଗ୍ର ବାରଖମା ଅଞ୍ଚଳ ଦେଶଭକ୍ତିର ଭାବନାରେ ମୁଖରିତ ହୋଇଉଠିଥିଲା।ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଅଗଷ୍ଟ ୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡ଼ିଛି।
