ଆଦିବାସୀ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡ଼ା, ୧୧/୦୮: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତୀ ସୁଲୋଚନା କହଁରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା।କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ନିଜେ ସତର୍କ ରହିବା ସହ ନିଜ ଅଞ୍ଚଳବାସୀଙ୍କୁ ସଚେତନ କରିବା, ନାରୀ ନିର୍ଯାତନାକୁ ରୋକିବା ଏବଂ ବାଲ୍ୟବିବାହକୁ ନା କହିବା ନେଇ ପରାମର୍ଶ ଦିଆଯାଇଥିଲା। ଏଥିସହ କେହି ନିର୍ଯାତନାର ଶିକାର ହେଲେ କିପରି ନିଜକୁ ସୁରକ୍ଷିତ ରଖିବେ ଏବଂ ବିଭିନ୍ନ ସମସ୍ୟା ସମୟରେ କେଉଁ ଫୋନ୍ ନମ୍ବରରେ ଯୋଗାଯୋଗ କରି ସହାୟତା ନେଇପାରିବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଏହି ଅବସରରେ ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିଭୂତି ଭୂଷଣ ଆଚାର୍ଯ୍ୟ ସଭାପତିତ୍ୱ

ଆଦିବାସୀ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

କରିଥିଲେ। ସାଧନ ବ୍ୟକ୍ତି ଭାବେ ବାଲିଗୁଡ଼ା ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ସମୀର କୁମାର ବେହେରା, ଶିଶୁ ଓ ମହିଳା ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ସସ୍ମିତା ପ୍ରଧାନ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ଇନ୍ଦିରା ପଣ୍ଡା ଏବଂ ପୋଷଣ ବିଭାଗର ଗୋଷ୍ଠୀ ସଂଯୋଜିକା ଶ୍ରୀମତୀ ମଧୁମିତା ବଳିୟାରସିଂ ଯୋଗଦେଇ ଛାତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରିଥିଲେ।ଶେଷରେ ଶକ୍ତିଶ୍ରୀ ସାଥୀ ସୁଶ୍ରୀ ଲକ୍ଷ୍ମୀପ୍ରିୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରୀ ଯୋଗଦେଇଥିଲେ।

ଆଦିବାସୀ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ
advertisement
You might also like
error: Content is protected !!