ବ୍ରହ୍ମପୁର, ବିଚିତ୍ର ସାହୁ:
୨୫୦ ବର୍ଷ ପୁରୁଣା କଣ୍ଢେଇ ଯାତ୍ରା–୨୦୨୬ ରେ ସନ୍ଧ୍ୟା ହେବା ସହିତ ଖେଳନା ବଜାରରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼। ବିଭିନ୍ନ ପ୍ରକାରର ରଙ୍ଗିନ ଖେଳନା, ପିଲାମାନଙ୍କ ଆକର୍ଷଣୀୟ ସାମଗ୍ରୀ ଓ ମେଳାର ଉତ୍ସବମୁଖର ପରିବେଶ ଦର୍ଶକଙ୍କୁ ଆକର୍ଷିତ କରିଛି। ଏହିଭଳି ମେଳା ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋତୁକାଳୀନ ଆୟର ଏକ ବଡ଼ ସୁଯୋଗ ହୋଇଥାଏ।

ବ୍ୟବସାୟୀମାନଙ୍କ କହିବା ଅନୁସାରେ ସନ୍ଧ୍ୟାରେ ପରିବାର ସହ ଆସୁଥିବା ଲୋକଙ୍କ ଭିଡ଼ ବଢ଼ୁଥିବାରୁ ବିକ୍ରି ଭଲ ହେଉଛି। ବିଶେଷକରି ପିଲାମାନଙ୍କ ପସନ୍ଦର ଖେଳନା, ବ୍ୟାଟେରୀ ଚାଳିତ ସାମଗ୍ରୀ ଓ ରଙ୍ଗିନ ଖେଳନାର ଚାହିଦା ଅଧିକ ରହିଛି।

୨୫୦ ବର୍ଷ ପୁରୁଣା କଣ୍ଢେଇ ଯାତ୍ରା କେବଳ ମନୋରଞ୍ଜନର କେନ୍ଦ୍ର ନୁହେଁ, ବରଂ ଅନେକ ଛୋଟ ବ୍ୟବସାୟୀ ଓ ସେମାନଙ୍କ ପରିବାରର ଜୀବିକାର ଆଧାର। ଏପରି ମେଳା ସ୍ଥାନୀୟ ବାଣିଜ୍ୟ ଓ ସହରର ଆମ ସାଂସ୍କୃତିକ ଆମ ପରମ୍ପରାକୁ ମଧ୍ୟ ସୁଦୃଢ଼ କରିଥାଏ |


ଭଗବାନ ସାହୁ, ବ୍ୟବସାୟୀ

