ବାଲିଗୁଡ଼ା, ୪/୮: ସୁକାନ୍ତ କୁମାର ତ୍ରିପାଠୀ
ଡିସିବି ବ୍ୟାଙ୍କ ବାଲିଗୁଡ଼ା ଶାଖା ପକ୍ଷରୁ ମଙ୍ଗଳବାର ଶାଖା ପରିସରରେ ଏକ ଋଣ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରାୟ ୩୦ ଜଣ ଗ୍ରାହକ ଯୋଗଦେଇ ବ୍ୟାଙ୍କର ବିଭିନ୍ନ ଋଣ ଓ ସଞ୍ଚୟ ଯୋଜନା ସମ୍ପର୍କରେ ସବିଶେଷ ସୂଚନା ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ଡିସିବି ବ୍ୟାଙ୍କର କ୍ଲଷ୍ଟର ହେଡ୍ ମଲୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗ୍ରାହକମାନଙ୍କୁ ବ୍ୟାଙ୍କର ବିଭିନ୍ନ ଆର୍ଥିକ ସେବା ଓ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଏହି ଅବସରରେ ଟ୍ରାକ୍ଟର ଲୋନ୍, ଗୋଲ୍ଡ ଲୋନ୍, ହୋମ୍ ଲୋନ୍, ବିଜନେସ୍ ଲୋନ୍, ଡିସିବି ସ୍ପେଶାଲ୍ ସେଭିଂସ୍ ଆକାଉଣ୍ଟ, ଡିସିବି ସ୍ପେଶାଲ୍ କରେଣ୍ଟ ଆକାଉଣ୍ଟ (କ୍ୟାଶ୍ ବ୍ୟାକ୍ ସୁବିଧା), ଡିସିବି






ବିଜନେସ୍ ସେଭର୍ କରେଣ୍ଟ ଆକାଉଣ୍ଟ (ସୁଧ ସୁବିଧା) ଏବଂ ଫିକ୍ସଡ୍ ଡିପୋଜିଟ୍ (ଏଫ୍ଡି) ସମ୍ପର୍କରେ ଗ୍ରାହକଙ୍କୁ ଅବଗତ କରାଯାଇଥିଲା। ଗ୍ରାହକମାନଙ୍କ ବିଭିନ୍ନ ପ୍ରଶ୍ନର ମଧ୍ୟ ସନ୍ତୋଷଜନକ ଉତ୍ତର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ଶାଖା ପ୍ରବନ୍ଧକ ଅରୁଣ ପ୍ରସାଦ ସାହୁ, ଅପରେସନ୍ ମ୍ୟାନେଜର ନାରାୟଣ ସାହୁ, କ୍ୟାଶ୍ ଅଫିସର ସଞ୍ଜୀବ ସାହୁ, ଡେପୁଟି ମ୍ୟାନେଜର ସୌମ୍ୟ ରଞ୍ଜନ ପାତ୍ର, ଏବିଏସ୍ଏଲ୍ଆଇ ଏସ୍ଏମ୍ ପ୍ରତାପ ମହାରଣା ଓ ମ୍ୟାକ୍ସ ୟୁଏସ୍ଏମ୍ ବିଶ୍ୱଜିତ ଡାକୁଆ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।