ଆମ ସଂସ୍କୃତି,ଆମ ପରପଂରା ସହଯୋଗରେ ଆଷାଢ ପୂର୍ଣ୍ଣିମା କଣ୍ଡେଇ ଯାତ୍ରା ଉଦ୍‌ଯାପିତ

ବ୍ରହ୍ମପୁର,(ବିଚିତ୍ରସାହୁ):-

ବ୍ରହ୍ମପୁର, ଆମ ସଂସ୍କୁତି ଓ ଆମ ପରପଂରା ତରଫରୁ ବଡ ବଜାର ସ୍ଥିତ ଖାସପା ସାହି ଠାରେ ବହୁ ପ୍ରାଚୀନ କଣ୍ଡେଇ ଯାତ୍ରା ଏବଂ ସାରସ୍ୱତ ସାହିତ୍ୟ ସମାବେଶ ଅନୁଷ୍ଠିତ ହୋଇଛି । ସଭାପତି ସୂର୍ଯ୍ୟନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ରାଜ୍ୟ ସଡକ ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢୀ,ରାଜ୍ୟ ବିଜେପି ଯୁବ ନେତା ତୁତୁନ ପାତ୍ର, ପ୍ରଶାନ୍ତ କୁମାର ଗଣ୍ଠିଆ, ଆତ୍ରବନ୍ଧୁ ପୃଷ୍ଟି,ଦେବଦତ୍ତ ମହନ୍ତ, ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମଂଚାସିନ ହୋଇଥିଲେ । ପୁରାତନ ପରଂପରାକୁ ପାରଂପାରିକ ଢଙ୍ଗରେ ବଂଚାଇ ରଖିବା ପାଇଁ ଏଭଳି ଉଦ୍ୟମକୁ ପ୍ରଶଂସା କରି କଣ୍ଡେଇ ଯାତ୍ରାର ବହୁ ଅଜଣା ଓ ରୋଚକ ଢଙ୍ଗରେ ପରିପ୍ରକାଶ କରି ଏ ସଂପର୍କରେ ଗବେଷଣା କରିବା ପାଇଁ ସେ ଗବେଷକ ମାନଙ୍କୁ ଆହ୍ୱାନ ଦେଇଥିଲେ । ସଭାପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କ ଅଭିଭାଷଣରେ କହିଛନ୍ତି ,କଣ୍ଡେଇ ଯାତ୍ରା ପ୍ରାୟ ୨୫୦ବର୍ଷ ତଳୁ ଏଠାରେ ଅନୁଷ୍ଠିତ ହେଉଛି । ମହୁରୀ ରାଜା ପରିବାରଙ୍କ ତରଫରୁ ଏହି ଯାତ୍ରା ଆରମ୍ଭ କରାଯାଇ ଥିବାବେଳେ ତାହା ବ୍ୟବସାୟିକ ଅଭିବୃଦ୍ଧି ସହ ପାରଂପାରିକ ଶୈଳୀରେ ନିର୍ମିତ ମାଟି, ଗୋବର କାଠ ଆଦିରେ ତିଆରି କରାଯାଇଥାଏ । ତତ୍କାଳୀନ ସମୟର ଆବଶ୍ୟକତାକୁ ନେଇ ଏହି କଣ୍ଡେଇ ହାଟ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ସହାୟକ ହେଉଥିଲା । କନ୍ୟାକୁ ଉପହାର ଦେବା ଲକ୍ଷ୍ୟରେ କନ୍ୟାର ପିତାମାତା ମାନେ ଏହି ହାଟରୁ କଣ୍ଡେଇ କିଣିବାକୁ ପ୍ରାଧାନ୍ୟ ଦେଉଥିଲେ । ସମୟ ବଦଳିବା ସହ ଏହି ଉତ୍ସବର ରୀତିନୀତି ବଦଳିଯାଇଛି । ମାଟି ଗୋବର କଣ୍ଡେଇ ପରିବର୍ତ୍ତେ ଆଧୁନିକ କଣ୍ଡେଇର ବିକ୍ରି ଯଥେଷ୍ଟ ବୃଦ୍ଧି ପାଇଛି ।ବିଲୁପ୍ତ ପାରଂପରିକ କଣ୍ଡେଇ ନିର୍ମାଣକୁ ପ୍ରୋତ୍ସାହିତ କରିବା ସହ ସାମାଜିକ ଏବଂ ସାଂସ୍କୁତିକ ଭାବଧାରା ଅକ୍ଷୁନ୍ନ ରଖିବା ଏହି ଯାତ୍ରାର ପ୍ରମୁଖ ଉଦ୍ଦେଶ୍ୟ ବୋଲି ସେ ସୂଚନା ଦେଇଥିଲେ । ଉତ୍ସବ ଆରମ୍ଭରେ ସାଂସ୍କୃତିକ ସଂପାଦକ ସୁଦିପ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସାଧାରଣ ସଂପାଦକ ଗୋପାଳ ପଟ୍ଟନାୟକ କଣ୍ଡେଇ ଯାତ୍ରାର ପରଂପରା ଏବଂ ପାଳନର ମହତ୍ୱ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ଯାତ୍ର ସଂପର୍କିତ ସ୍ମରଣିକା ଉଦ୍ ଘାଟିତ ହୋଇଥିଲା । ଏହା ପୂର୍ବରୁ ବହୁ ପ୍ରତିଷ୍ଠିତ କବି ଓ ଲେଖକ ମାନଙ୍କୁ ନେଇ ଏକ ସାରସ୍ୱତ ସାହିତ୍ୟ ସମ୍ମିଳନୀ ଆୟୋଜିତ ହୋଇଥିଲା । “ଆମ ସଂସ୍କୃତି ଆମ ପରଂପରାର” ସଭାପତି ସମାରୋହକୁ ଉଦ୍ ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ଶୁଶାନ୍ତ ଦାସ, ମୁଖ୍ୟ ବକ୍ତା ଭାବେ ଗବେଷକ ତଥା କବି ଡକ୍ଟର ଅନନ୍ତ ରାମଙ୍କର କୌଣ୍ଡନ୍ୟ, ଏବଂ ସମ୍ମାନିତ ଅତିଥି ଭାବେ କବି ଗୋକୁଳାନନ୍ଦ ତ୍ରିପାଠୀ ଯୋଗଦେଇଥିଲେ । ସଂଯୋଜନାରେ କବି ରତ୍ନାକର ସିୟ ଓ ସଭା ମୁଖ୍ୟ ଭାବେ କବି ସୁନିଲ୍ କୁମାର ପ୍ରଧାନଙ୍କ ସମେତ ବହୁ କବି ଓ କବିୟିତ୍ରୀ ଏବଂ ସାହିତ୍ୟକ ଯୋଗଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିକ ଲାଭ କରିଥିବା ପ୍ରତିଭାଧାରୀ ମାନଙ୍କୁ ମାନପତ୍ର ସହ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଳମ୍ବିତ ରାତ୍ର ଯାଏଁ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁରର ଇଷ୍ଟ ଦେବୀ ବୁଢୀଠାକୁରାଣୀଙ୍କ ଅନ୍ନପୂର୍ଣ୍ଣା ବେଶ ସହ ଆଖ ପାଖର ସମସ୍ତ ଦେବଦେବୀଙ୍କୁ ପୁଷ୍ପ ଦ୍ୱାରା ସଜ୍ଜିତ କରାଯାଇଥିଲା । ଆଖ ପାଖରୁ ହଜାର ହଜାର ସଂଖ୍ୟକ ଲୋକ ଏହି ଯାତ୍ରା ଦେଖିବାକୁ ଆସିଥିଲେ । ଏବଂ ପାରଂପାରିକ ଜଳରୁ ପ୍ରସ୍ତୁତ ଏକ ପ୍ରକାର କଣ୍ଡେଇ ମିଠା ଯାହାକି ଏହି ପର୍ବର ବିଶେଷ ଆକର୍ଷଣ ୂରୁପେ ପରିଚିତ । ତାହା ବହୁଳ ଭାବେ ବିକ୍ରି ହେବା ଲକ୍ଷ୍ୟ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ଏକ ଦିବସୀୟ ଯାତ୍ରାର ସମାପନ ହୋଇଥିବା ଯୋଗୁଁ ସ୍ଥାନୀୟ ପ୍ରଶାସନକୁ ଅନୁଷ୍ଠାନ ତରଫରୁ କୃତଞତା ସ୍ଥାପନ କରାଯାଇଛି । ଏହାକୁ ସଂପୂର୍ଣ୍ଣ କରିବାରେ ନାରାୟଣ ମହାକୁଡ,ପତିତପାବନ ଗନ୍ତାୟତ,ଊମାଶଙ୍କର ପାତ୍ର,ହେମନ୍ତ କୁମାର ପାତ୍ର,ବିଚିତ୍ର ସାହୁ,ସୁରେଶ କୁମାର ବେହେରା,ଜୀବନାନନ୍ଦ କର,କ୍ଷେତ୍ରବାସୀ ରଥ,ସୁକାନ୍ତ କୁମାର ପଣ୍ଡା,ସୁନିଲ ବିଶ୍ୱାସ,ବଦ୍ରିନାଥ ସାବତ,ସୁରେନ୍ଦ୍ର କୁମାର ସେନାପତି ପ୍ରମୁଖ ଅନୁ୍‌ଷ୍ଠାନର ବହୁ ବ୍ୟକ୍ତି ସହଯୋଗ କରିଥିଲେ ।

You might also like
error: Content is protected !!