ବାଇକ ଦୁର୍ଘଟଣାରେ ବ୍ୟବସାୟୀଙ୍କ ଅକାଳ ମୃତ୍ୟୁ

ଚିକିଟି,(ଜଗନ୍ନାଥ ନାୟକ):-

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କେନୁଗାଁ ଥାନା ଅନ୍ତର୍ଗତ ବଡ଼ଗାଁ ରାସ୍ତାର ବାହୁଦା କେନାଲ ନିକଟରେ ଘଟିଥିବା ଏକ ଦୁଃଖଦ ବାଇକ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କ ଅକାଳ ମୃତ୍ୟୁ ଘଟିଛି।ମୃତକ ହେଲେ ନୂଆ ମୌସାନପୁର ଗ୍ରାମର ରମାକାନ୍ତ ପାଣିଗ୍ରାହୀ। ସୂଚନା ଅନୁସାରେ, ସେ ନିଜ ବାଇକରେ ବ୍ୟବସାୟିକ କାମରେ ବଡ଼ଗାଁ ଯାଉଥିବା ବେଳେ ହଠାତ୍ ବାଇକର ଭାରସାମ୍ୟ ହରାଇଥିଲେ। ଫଳରେ ବାଇକଟି ରାସ୍ତା କଡ଼ରେ ଥିବା ବାହୁଦା କେନାଲ ଭିତରକୁ ପଶିଯାଇଥିଲା ଏବଂ ସେ ରାସ୍ତା କଡ଼ରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।ଦୁର୍ଘଟଣାସ୍ଥଳଟି ନିଛାଟିଆ ଅଞ୍ଚଳ ହୋଇଥିବାରୁ କିଛି ସମୟ ପର୍ଯ୍ୟନ୍ତ ସେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କର୍ତ୍ତବ୍ୟରତ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି। ଏହା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ନ୍ଯୂଜ ନର୍ଭରିପୋର୍ଟ ଜଗନ୍ନାଥ ନାୟକ

Smart Computer Ad
You might also like
error: Content is protected !!