ପ୍ରଶାସନିକ ଅବହେଳାକୁ ନେଇ ଉଠିଲା ପ୍ରଶ୍ନ?
ଚିକିଟି | ବି. ନୂଆଗାଁ ଗ୍ରାମ | ଗଞ୍ଜାମ ଜ଼ିଲ୍ଲା | ନ୍ୟୁଜ୍ ନର୍ଭ | ଜଗନ୍ନାଥ ନାୟକ
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ବି. ନୂଆଗାଁ ଗ୍ରାମ ପଞ୍ଚାୟତର ସାବରଦେବୀପେଟା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହ ଆନ୍ଧ୍ରପ୍ରଦେଶର ଧର୍ମାପୁର ଗ୍ରାମ ନିକଟସ୍ଥ ନଦୀକୂଳରୁ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ପାଣ୍ଡି ବୈରୟ୍ୟାଙ୍କ ପୁଅ ପାଣ୍ଡି କୁରେଶ (୪୦)।
ସୂଚନା ଅନୁଯାୟୀ, ବାତ୍ୟାଜନିତ ବନ୍ୟା ପରଠାରୁ ପାଣ୍ଡି କୁରେଶ ନିଖୋଜ ଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଖୋଜାଖୋଜି କରୁଥିବା ବେଳେ ଦୀର୍ଘ ୪ ଦିନ ପରେ ଆନ୍ଧ୍ରପ୍ରଦେଶର ଧର୍ମାପୁର ଗ୍ରାମ ନିକଟସ୍ଥ ନଦୀକୂଳରୁ ତାଙ୍କ ମୃତଦେହ ମିଳିଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏତେ ଦିନ ଧରି ଜଣେ ନିଖୋଜ ବ୍ୟକ୍ତିଙ୍କୁ ଓଡ଼ିଶା ପ୍ରଶାସନ ଖୋଜି ପାଇ ନପାରିବା ଏବଂ ଶେଷରେ ଅନ୍ୟ ରାଜ୍ୟରେ ତାଙ୍କ ମୃତଦେହ ମିଳିବା ଘଟଣା ପ୍ରଶାସନର ତତ୍ପରତା ଓ ଉଦ୍ଧାର କାର୍ଯ୍ୟକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି।
ଏଭଳି ଦୁଃଖଦ ଘଟଣାରେ ମୃତକଙ୍କ ପରିବାରକୁ ଉଚିତ ସହାୟତା ଯୋଗାଇବା ସହ ଘଟଣାର ତଦନ୍ତ କରି ପ୍ରଶାସନିକ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ସାଧାରଣରେ ଦାବି ହେଉଛି।
/
