ନୟାଗଡ଼(ପ୍ରଭାକର ଶିରୋମଣି):-
ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ଼ ଜିଲ୍ଳା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠରେ ପାର୍ଶ୍ଵ ଦେବତା ରୂପେ ପୂଜା ପାଉଥିବା ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରା ଙ୍କର ଆଜି ସୋମବାର ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସର ରେ ପାରମ୍ପରିକ ଗଜାନନ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁ ମାନଙ୍କୁ ଦୋଳ ବେଦୀ ଉପରେ ଦର୍ଶନ ଦେଇଥିଲେ l ଯଥା ସମୟରେ ଦେବୋତ୍ତର ବିଭାଗ ଓ ସେବାୟତ ମାନଙ୍କ ପକ୍ଷରୁ ସମସ୍ତ ଦେବ ନୀତି ସମ୍ପନ୍ନ ହୋଇଥିଲା ବେଳେ ଗଜାନନ ବେଶ ଦର୍ଶନ କରିବା ପାଇଁ ଅପରାହ୍ନ ରେ ଶହ ଶହ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିରହିଥିଲା l ରାତି ସାଢେ ୧୦ ଟା ପରେ ଶ୍ରୀ ବିଗ୍ରହ ମାନଙ୍କୁ ଅନବସର ଗୃହ କୁ ସେବାୟତ ମାନଙ୍କ ଦ୍ୱାରା ପହଣ୍ଡି ବିଜେ କରା ଯାଇଥିଲା l ……………………… ପ୍ରଭାକର ଶିରୋମଣି ( ଫଟୋ ପଠାଇଲି )
