ବାଲିଗୁଡ଼ା,୨୯/୦୬: (ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠ)ବାଲିଗୁଡ଼ା, ତା. ୨୯/୦୬ (ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଜଗନ୍ନାଥ ମନ୍ଦିରରେ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଭକ୍ତି ଓ

ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଛି।ଏହି ଅବସରରେ ମନ୍ଦିର ପରିସରରେ ବେଦମନ୍ତ୍ର, ଭଜନ-କୀର୍ତ୍ତନ ଓ ପୂଜାର୍ଚ୍ଚନାରେ ପରିବେଶ ଭକ୍ତିମୟ ହୋଇଉଠିଥିଲା।ସକାଳୁ ପାରମ୍ପରିକ ନୀତିକାନ୍ତି ସମ୍ପନ୍ନ ହେବା

ପରେ ଧାଡ଼ି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ଦେବୀ ସୁଭଦ୍ରା, ପ୍ରଭୁ ବଳଭଦ୍ର ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ହରିବୋଲ, ହୁଳହୁଳି ଓ ଘଣ୍ଟ-ଶଙ୍ଖ ଧ୍ୱନି ମଧ୍ୟରେ ସ୍ନାନମଣ୍ଡପକୁ ବିଜେ କରାଯାଇଥିଲା।

ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୦୮ ଗରା ସୁବାସିତ ପବିତ୍ର ଜଳରେ ମହାସ୍ନାନ କରାଯାଇଥିଲା। ଏହି ଦିବ୍ୟ ଓ ଦୁର୍ଲଭ ଦୃଶ୍ୟର ସାକ୍ଷୀ ହେବା ପାଇଁ ଶହ ଶହ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ଏକତ୍ରିତ ହୋଇଥିଲେ। କାହା

ହାତରେ ତୁଳସୀ, କାହା ମୁହଁରେ “ଜୟ ଜଗନ୍ନାଥ”ର ଧ୍ୱନି, ତ ଆଉ କାହା ଆଖିରେ ଭକ୍ତିର ଅଶ୍ରୁ ଦେଖିବାକୁ ମିଳିଥିଲା। ଘଣ୍ଟ, ଘଣ୍ଟା, ଶଙ୍ଖ ଓ ହରିବୋଲ ଧ୍ୱନିରେ ସମଗ୍ର ମନ୍ଦିର ପରିସର ପ୍ରକମ୍ପିତ ହୋଇଉଠିଥିଲା।
![]()

ଅପରାହ୍ନରେ ମହାପ୍ରଭୁଙ୍କ ଗଜାନନ ବେଶ, ଭୋଗଲାଗି, ସନ୍ଧ୍ୟା ଆଳତି ଏବଂ ରାତ୍ରିରେ ମହାଆଳତି କାର୍ଯ୍ୟକ୍ରମ ଭକ୍ତିପୂର୍ଣ୍ଣ ପରିବେଶରେ ସମ୍ପନ୍ନ ହୋଇଥିଲା।ଉତ୍ସବରେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ, ଏସ୍ଡିପିଓ

ଶୁଭମ ଭୋସଲେ,ମନ୍ଦିର ଟ୍ରଷ୍ଟର ମଧୁସୂଦନ ଦାସ, ଟି. ଶ୍ରୀନିବାସ ରାଓ, ପ୍ରକାଶ ଚନ୍ଦ୍ର ନାୟକ, ନବ କୁମାର ପାଣିଗ୍ରାହୀ, ଭଗବାନ ପଣ୍ଡା, ରଞ୍ଜିତ କୁମାର ମହାନ୍ତି, ସତ୍ୟନାରାୟଣ ପାଢ଼ୀ,ସାଂସଦ ପ୍ରତିନିଧି ରଞ୍ଜିତ କୁମାର

ସାହୁ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଶତାଧିକ ଭକ୍ତ ଉପସ୍ଥିତ ରହି ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।ଉତ୍ସବକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ପର୍ଶୁରାମ ବାହିନୀ, ବ୍ରାହ୍ମଣ ସମାଜ, ପୂଜକ ମଣ୍ଡଳୀ

ଏବଂ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ପରିସର ସହ ସମଗ୍ର ବାଲିଗୁଡ଼ା ସହରରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଓ ପାଟ୍ରୋଲିଂ କରାଯାଇଥିଲା।
